ସୁନ୍ଦରଗଡ଼ ଜେଲରେ ବଜ୍ରପାତ, ୨ କଏଦୀ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜେଲରେ ମଙ୍ଗଳବାର ସନ୍ଧ୍ୟାରେ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି। ବଜ୍ରପାତ କାରଣରୁ ଜେଲରେ ୨ ଜଣ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଜେଲ ପରିସରରେ ବୁଲାବୁଲି କରୁଥିବା ବେଳେ ବଜ୍ରପାତ ଘଟିବାରୁ ଦୁହିଁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦୁଇ କଏଦୀଙ୍କ ନାମ ଅଭିରାମ ସୋରେଙ୍ଗ ଓ ମୋନଜ୍ ବାଗଲେ। ପୋଲିସ ଦୁଇ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏନେଇ ପରିବାରବର୍ଗଙ୍କୁ ଏହାର ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ରାଜ୍ୟରେ ବଜ୍ରପାତ କାରଣରୁ ପ୍ରାୟ ୩୩୦ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ବଜ୍ରପାତ ସତର୍କ ସୂଚନା ଜାରି କରୁଛନ୍ତି।

Leave A Reply

Your email address will not be published.