ହକି ତାରକା ପ୍ରବୋଧ ତିର୍କୀ-ପୋଲିସ ବଚସା ଘଟଣା : ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ବର:ହକି ତାରକା ପ୍ରବୋଧ ତିର୍କୀ-ପୋଲିସ ବଚସା ଘଟଣା ଭିନ୍ନ ମୋଡ ନେଇଛି ।ଓଡିଶାର ଗର୍ବ ଭାରତୀୟ ଦଳର ପୂର୍ବତନ କ୍ୟାପଟେନକୁ ପୋଲିସର ଦୁର୍ବ୍ୟବହାରକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଘଟଣାରେ ପତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରନ୍ତୁ । ଗୋଟିଏ ପଟେ ଚାମ୍ପିୟନସିପ୍ ଆୟୋଜନ କରି ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି । ଅନ୍ୟପଟେ ଖେଳାଳୀଙ୍କୁ ଅସମ୍ମାନ କରାଯାଉଛି ସୁନ୍ଦରଗଡରେ ଏହାର ପ୍ରତିବାଦ କରାଯିବ । ବୋଲି କହିଛନ୍ତି ଜୁଏଲ । ସେପଟେ ଏହି ପ୍ରସଂଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି । ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ଓ ବିକ୍ଷୋବ କରାଯାଥିଲା । ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛି ବିଜେପି । ସେପଟେ କ୍ରୀଡା ମନ୍ତ୍ରୀ କହିଛନ୍ତି ଖବର ମିଳିବା ପରେ ସେ ହସ୍ତକ୍ଷେପ କରିଛନ୍ତି । ତାଙ୍କୁ ସସମ୍ମାନେ ନିଆଯାଇଛି ।

Leave A Reply

Your email address will not be published.