ହସ୍ପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କୁ ଭଲ ନ ଲାଗିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବାବେଳେ ଆସନ୍ତା ୨ ଦିନ ତାଙ୍କ ଉପରେ ନଜର ରଖିବା ଲାଗି ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି। ଏନେଇ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.