ମେଧା ଛାତ୍ର ଛାତ୍ରୀଙ୍କୁ ଆଇଏଏସ ହେବାର ପାଠ ପଢାଇଲେ ଉପଜିଲ୍ଲାପାଳ

ଜୟପୁର : କଥା ରଖିଲେ ଆଇଏଏସ ଅଫିସର । ୟୁପିଏସସି ପରୀକ୍ଷାରେ କେମିତି ଆମ ରାଜ୍ୟର ଅଧିକରୁ ଅଧିକ ଛାତ୍ରଛାତ୍ରୀ ସଫଳତା ପାଇବେ ସେ ନେଇ ଆରମ୍ଭ କରିଛନ୍ତି ଉଦ୍ୟମ । ଜୟପୁର ବିକ୍ରମ ଦେବ କଲେଜରେ ଆଇଏଏସ ଆଶୟୀଙ୍କୁ ଟିପ୍ସ ଦେଲେ ଉପଜିଲ୍ଲାପାଳ । ସର୍ବଭାରତୀୟ ପ୍ରଶାସସନିକ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀ ଆଖି ଦୃଶିଆ ସଫଳତା ପାଉନହାଁନ୍ତି । ଛାତ୍ରଛାତ୍ରୀଙ୍କୁ ଏକ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଏଥିପାଇଁ ଉଦବେଗ ପ୍ରକାଶ କରିଥିଲେ ଉପଜିଲ୍ଲାପାଳ, ଆଉ କହିଥିଲେ ସୁଯୋଗ ମିଳିଲେ ସେ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦେବେ । ହାତରେ ଚକ୍ ଧର୍ ବ୍ଲାକ ବୋର୍ଡରେ ଲେଖିଚାଲିଛନ୍ତି ସାର୍ । ମନ ଧ୍ୟାନ ଦେଇ ଶୁଣୁଛନ୍ତି ଛାତ୍ରଛାତ୍ରୀ । ଇଏ ହେଉଛି ଜୟପୁର ବିକ୍ରମ ଦେବ କଲେଜର ଦୃଶ୍ୟ । ତେବେ ପଢ଼ାଉଥିବା ସାର୍ ଏଇ କଲେଜର ଅଧ୍ୟାପକ ନୁହଁନ୍ତି । ଇଏ ହେଉଛନ୍ତି ଆଇଏଏସ ଅଫିସର ଚକ୍ରବର୍ତ୍ତୀ ସିଂ ରାଠୋର । ଏବେ ସେ ଜୟପୁର ଉପଜିଲ୍ଲାପାଳ ଭାବେ କାର୍ୟ୍ୟରତ । କେମିତି ୟୁପିଏସସି ପରୀକ୍ଷାରେ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ସଫଳତା ପାଇବେ ସେ ନେଇ ଦେଉଛନ୍ତି ଟିପ୍ସ ।କେମିତି ବାଛିବେ ଅପସନାଲ୍ ସବଜେକଟ୍, ପ୍ରିଲମିନାରୀ, ମେନ୍ ଏକଜାମ୍ ସହ ଭାଇବା ପାଇଁ କେମିତି ରହିବା କଥା ପ୍ରିପାରେସନ ସେ ନେଇ ପ୍ରାଞ୍ଜଳ ଭାବେ କହୁଛନ୍ତି ଏହି ଯୁବ ଆଇଏଏସ ଅଫିସର । ନିଜ ବ୍ୟସ୍ତତା ଭିତରୁ ସମୟ କାଢି଼ଲେ । ଆଉ ବିନା ବ୍ରେକରେ ପୁରା ୩ ଘଣ୍ଟା ଧର୍ୟ୍ୟର ସହ ବିତାଇଲେ ଏଇ ଛାତ୍ରଛାତ୍ରୀଙ୍କ ସହ । ଜଣେ ପ୍ରଶାସନିକ ଅଧିକାରୀଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ମଧ୍ୟ ପ୍ରଶଂସା କରାଯାଇଛି । କାର୍ୟ୍ୟକ୍ରମ ଶେଷରେ ଉପଜିଲ୍ଲାପାଳଙ୍କ ସହ ସେଲଫି ନେବାକୁ ଭୁଲିନଥିଲେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.