ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୯ତାରିଖରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ ୩୯ଜଣ ନେତା ମଧ୍ୟ ବିଜେପୁର ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାରର ମଙ୍ଗ ଧରିବେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଦଳର ଯୁବ ବ୍ରିଗେଡ୍ ବାଦ୍ ପଡ଼ିଛନ୍ତି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ରୀ ଶ୍ରୀ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ଚଳିତମାସ ୧୯ତାରିଖରେ ଗାଇସିଲେଟ୍ ଓ ବରପାଲି ବ୍ଲକ୍ରେ ଏବଂ ୨୧ ତାରିଖରେ ବିଜେପୁର ବ୍ଲକ୍ରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଲ ହେବେ। ଆଜି ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତାଲିକାରେ ନବୀନଙ୍କ ବ୍ୟତୀତ ଦଳର ଷ୍ଟାର ପ୍ରଚାରକ ତାଲିକାରେ ୫ଜଣ ମନ୍ରୀ, ୬ଜଣ ସାଂସଦ(୨ଜଣ ଓଲିଉଡ ତାରକା ତଥା ସାଂସଦ), ୨୨ଜଣ ବିଧାୟକ, ୨ଜଣ ମୁଖପାତ୍ରଙ୍କ ସମେତ ୪ଜଣ ଓଲିଉଡ ତାରକା ତଥା ଦଳୀୟ ନେତା ମୁନ୍ନା ଖାନ୍, ଶ୍ରୀମୟୀ ମିଶ୍ର, କୁନା ତ୍ରିପାଠୀ ଓ ଅରିନ୍ଦମ ରାୟ ରହିଛନ୍ତି। ଏବେ ଉପନିର୍ବାଚନର ମଙ୍ଗ ଧରିଥିବା ଦଳର ପ୍ରଭାବଶାଳୀ ଯୁବନେତା ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂହ(ମନ୍ରୀ), ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ରଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ନାହó। ଏପରିକି ଦଳର ଛାତ୍ର ଓ ଯୁବ ସଂଗଠନର ସଭାପତିଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇନଥିବା ଜଣାପଡ଼ିଛି। ଦଳର ଷ୍ଟାର ପ୍ରଚାରକ ଭାବେ ନବୀନ ପଟ୍ଟନାୟକଙ୍କୁ ବ୍ୟତୀତ ବେଦପ୍ରକାଶ ଅଗ୍ରଓ୍ବାଲ, ଅନଙ୍ଗ ଉଦୟ ସିଂହଦେଓ, ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ୍, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା, ରମେଶ ଚନ୍ଦ୍ର ମାଝୀ, ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ତଥାଗତ ଶତପଥୀ, ପ୍ରତାପ କେଶରୀ ଦେବ, ପ୍ରମିଳା ମଲ୍ଲିକ, କଳିକେଶ ସିଂହଦେଓ, ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି (ଉଭୟ ଓଲିଉଡ୍ ତାରକା), ଦେବାଶିଷ ନାୟକ, ସଞ୍ଜିବ ସାହୁ, ସମୀର ରଞ୍ଜନ ଦାସ, ପୁଷ୍ପେନ୍ଦ୍ର ସିଂହଦେଓ, ରାଜେନ୍ଦ୍ର ସାହୁ, ଡଃ ରାସେଶ୍ବରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡ଼େଇ, ଉମାକାନ୍ତ ସାମନ୍ତରାୟ, ବ୍ରଜ କିଶୋର ପ୍ରଧାନ, ସୁଦାମ ମାଣ୍ର୍ଡି, ପ୍ରଶାନ୍ତ ଜଗଦେବ, ପ୍ରଣବ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବ୍ୟୋମକେଶ ରାୟ, ଦିବ୍ୟଶଙ୍କର ମିଶ୍ର, ଆକାଶ ଦାସ ନାୟକ(ବିଧାୟକ ଓ ଅଭିନେତା), ସୁଲୋଚନା ଦାସ ଓ ସସ୍ମିତ ପାତ୍ର( ଉଭୟ ମୁଖପାତ୍ର) ରହିଛନ୍ତି। ତେବେ େଯଉଁ ଯୁବ ନେତାଙ୍କୁ ବିଜେପୁରରେ ନିର୍ବାଚନ ଦାୟିତ୍ବ ଦଳ ପକ୍ଷରୁ ଦିଆଯାଇଛି ସେମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କାହóକି କରାଯାଇନି ସେ ସମ୍ପର୍କରେ ଦଳର କୌଣସି ନେତା ମୁହଁ ଖୋଲିନାହାନ୍ତି। ବିଜେପୁର ଉପନିର୍ବାଚନ ୨୪ତାରିଖରେ ହେବାର ଥିବାବେଳେ ସେଠାରେ ପ୍ରଚାର ଅଭିଯାନ ୨୨ତାରିଖ ସନ୍ଧ୍ୟାରେ ଶେଷ ହେବ।
