୨୨ରୁ ବଢ଼ିବ ତାତି

ଭୁବନେଶ୍ୱର: କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବା ସହିତ କାଳବୈଶାଖୀ ହେଉଛି। ତେବେ ଏ ଅବସ୍ଥା ଆଉ ଦୁଇ ଦିନ ରହିବ। ତା’ପର ଠାରୁ ତାତି ବଢ଼ିବ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୨୨ ତାରିଖଠାରୁ ରାଜ୍ୟରେ ତାପମାତ୍ର ବଢ଼ିବ। କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ବି ରହିବ।ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି, ଆଜି ଓ ଆସନ୍ତାକାଲି (୨୦ ଓ ୨୧ତାରିଖ) ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ।

Leave A Reply

Your email address will not be published.