ଭୁବନେଶ୍ବର: ଚାରି ଦିନିଆ ଓଡିଶା ଗ୍ରସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୪ ତାରିଖ ସକାଳ ୮ଟାରେ ଗଞ୍ଜାମ ଗସ୍ତରେ ଯିବେ ।ହୁଗୁଳାପଟାରେ ମୋ ବୁଥ୍ ସବୁଠୁ ମଜଭୁତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ସହ ଗାଁର ଏକ ଦଳିତ ପରିବାର ଘରେ ମଧ୍ୟାହ୍ନ ଭୋଜନ କରିବେ ଅମିତ ଶାହା । ଅପରାହ୍ଣରେ ବ୍ରହ୍ମପୁରରେ ୧ ଲକ୍ଷ ବୁଥ୍ କାର୍ଯ୍ୟକ୍ରମରେ ଯୋଗଦେବେ । ୫ରେ ଯାଜପୁର ଜିଲ୍ଳା ଗସ୍ତରେ ଯିବେ ଅମିତ । ବିରଜା ମନ୍ଦିରରେ ଶାହା କରିବେ ପୂଜାର୍ଚ୍ଚନା ।ଅରିଗାଁରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେବେ ପରେ ପାଣିକୋଇଲିରେ ଆଉ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୬ରେ ଧଉଳି ବସନ୍ତପୁରରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ବି ଉଫସ୍ଥିତ ରହିବେ । ଏହାପରେ ଗତ ZP ନିର୍ବାଚନରେ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ବୈଠକ କରିବେ । ଅପରାହ୍ଣ ୪ଟାରେ ରାଜ୍ୟ କର୍ମକର୍ତ୍ତାଙ୍କ ସହ ସ୍ବତନ୍ତ୍ର ବୈଠକରେ ଆଲୋଚନା କରି ସନ୍ଧ୍ୟା ୬ଟାରେ ନୂଆଦିଲ୍ଲୀ ଫେରି ଯିବେ ଶାହା ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ତାଙ୍କୁ ୫ଟି ପ୍ରଶ୍ନ ପଚାରିଲା କଂଗ୍ରେସ । କଳାଧନ ଫେରାଇ ଆଣି ସାଧାରଣ ଲୋକଙ୍କ ଜମା ଖାତାରେ ୧୫ ଲକ୍ଷ ଟଙ୍କା କେବେ ଜମା କରିବେ । ନିର୍ବାଚନୀ ଇସ୍ତାହାରରେ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବାକୁ କହିଥିଲେ, ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାର ହିସାବ ଦିଅନ୍ତୁ । ଧାନର ସହାୟକ ମୂଲ୍ୟ କେତେ ବଢାଇଛନ୍ତି । RSS ଜାତୀୟ ପତାକାକୁ ୫୨ ବର୍ଷ ପରେ ମାନ୍ୟତା ଦେଇଥିବାରୁ ଅମିତ ଶାହା ଭୁଲ ମାଗିବେ କି । ଗାନ୍ଧି ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିବେ କି ବୋଲି ୫ ଟି ପ୍ରଶ୍ନ ପଚାରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେପଟେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ବିଜେପି ନିର୍ବାଚନ ଜିତିବାକୁ ବୁଥ ମଜଭୁତ କରୁଛି କିନ୍ତୁ ବିଜେଡି ଗାଁର ବିକାଶ ଚାହୁଁଛି ।
