୨ମାଓବାଦୀ ଗିରଫ

ମାଲକାନଗିରି:ଆଜି ବିଏସଏଫ ଯବାନ ୨ଜଣ ହାର୍ଡ଼କୋର ମାଓବାୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ଆନାବରମରୁ ୨ଜଣ ମିଲିସିଆ ମାଓବାଦୀଙ୍କୁ ଗିରଫ କରାଯାଇଛି । 

ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ଆନାବରମରୁ ଗିରଫ ହୋଇଥିବା ୨ଜଣ ମିଲିସିଆ ମାଓବାଦୀ ମାଲକାନଗିରି ଜିଲ୍ଲା ରାଲେଗଡ଼ ଗାଁର ବୋଲି ଜଣାପଡ଼ିଛି  । ଗିରଫ ୨ମାଓବାଦୀ ହେଲେ ବନ୍ତଳା ବେଞ୍ଜିବାବୁ ଓ କୋରା ସୁଦ୍ରୁ । ଉଭୟ ମାଓବାଦୀ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ଗୋନାଲ କମିଟିର ସଦସ୍ୟ ହୋଇଥିବା ସୂଚନା ମିଳିଛି । ଉଭୟଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।

Leave A Reply

Your email address will not be published.