ପୁଣି ଖୋଲିଲା ହୀରାକୁଦର ୬ ଗେଟ୍‌

ସମ୍ବଲପୁର: ହୀରାକୁଦ ବନ୍ଧର ୬ଟି ଗେଟ୍‌ ଶନିବାର ସକାଳେ ବନ୍ଦ କରାଯିବା ପରେ ସଂଧ୍ୟାରେ ପୁଣି ଥରେ ୬ଟି ଗେଟ୍‌ ଖୋଲା ଯାଇଛି। ତେଣୁ ଶୁକ୍ରବାର ୧୨ଟି ଗେଟ୍‌ ଖୋଲା ଥିଲାବେଳେ ଶନିବାର ରାତି ୯ଟା ବେଳକୁ ମଧ୍ୟ ୧୨ଟି ଗେଟ୍‌ ଖୋଲା ରହିଛି। ଉଭୟ ହୀରାକୁଦ ଉପର ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଶନିବାର ସଂଧ୍ୟାରେ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଶନିବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୬୭ ଫୁଟ୍‌ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୨,୧୪,୦୯୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ ୱେ’ର ୮ ଓ ଡାହାଣ ପାର୍ଶ୍ଵର ୪ଟି ଗେଟ୍‌ ଦେଇ ହାରାହାରି ୧,୯୩,୨୯୬ କ୍ୟୁସେକ୍‌ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲାବେଳେ ପାୱାର ଚାନେଲରେ ୧୮,୪୪୯ କ୍ୟୁସେକ୍‌, ବିଭିନ୍ନ କେନାଲରେ ୨,୧୭୮ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡରେ ବେଲଗାଁଠାରେ ୪୬,୬୦୦ କ୍ୟୁସେକ୍‌, ପଥର୍ଲାଠାରେ ୨,୨୪,୧୬୦ କ୍ୟୁସେକ୍‌, ଖଇରମାଲଠାରେ ୪ ଲକ୍ଷ ୯୬ ହଜାର କ୍ୟୁସେକ୍‌, ବରମୂଳଠାରେ ୬ ଲକ୍ଷ ୧୩ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିଠାରେ ୫, ୬୮, ୭୮୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

Leave A Reply

Your email address will not be published.