ଖଣି ଟଙ୍କାରେ ହେବ ପୁରୀର ବିକାଶ

ଭୁବନେଶ୍ୱର: ଖଣି ଟଙ୍କାରେ ହେବ ପୁରୀର ବିକାଶ । ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ଅବଢ଼ା ଯୋଜନା ଲାଗି ଅର୍ଥ ଯୋଗାଣ ପାଇଁ ଏହି ପ୍ରୟାସ କରାଯାଇଛି । ଏଥିଲାଗି ୩ଟି ଜିଲ୍ଲାରେ ଥିବା ୬ଟି ଖାଣ୍ଡେଲାଇଟ୍ ଖଣିକୁ ଓଡ଼ିଶା ଖଣି ନିଗମ ଅଧିନରେ ରଖିଛନ୍ତି। ଏହି ଖଣିରୁ ଉତ୍ତୋଳିତ ଖଣିଜ ଦ୍ରବ୍ୟର ବିକ୍ରିଲବ୍ଧ ଅର୍ଥ ଶ୍ରୀମନ୍ଦିର ପରିଚାଳନା ସମିତିକୁ ମିଳିବ। ଏହି ଅର୍ଥରେ ଅବଢ଼ା ଯୋଜନା ଅଧିନରେ ବିଭିନ୍ନ ଐତିହ୍ୟର ରକ୍ଷଣାବେକ୍ଷଣ ସହ କଳାକୃତିର ଉନ୍ନତିକରଣ ଲାଗି ଖର୍ଚ୍ଚ ହେବ।

ଅର୍ଥ ବ୍ୟବସ୍ଥା ପାଇଁ ଖଣି ଓ ଇସ୍ପାତ ବିଭାଗ ଆଗେଇ ଆସିଛି । ଇସ୍ପାତ ବିଭାଗ ୬ଟି ଖଣ୍ଡୋଲାଇଟ ଖଣି ଦେଇଛି । ଓଡିଶା ଖଣି ନିଗମ ମାଧ୍ୟମରେ ଉତୋଳନ ହେବ ଲଘୁ ଖଣିଜ ପଦାର୍ଥ । ଏଥିରୁ ସଂଗୃହୀତ ଅର୍ଥରେ ଅବଢା ଯୋଜନା ଦ୍ୱାରା ପୁରୀର ବିକାଶ କରାଯିବ । ଯାଜପୁରର ୩, ଖୋର୍ଦ୍ଧାର ୨ ଓ ପୁରୀର ଗୋଟିଏ ଖଣ୍ଡୋଲାଇଟ ଖଣିରୁ ଆଦାୟ ଅର୍ଥରେ ପୁରୀ ଐତିହ୍ୟ ସହର ହେବ ଓ ଏଠାକାର ମୌଳିକ ଭିତିଭୂମିର ବିକାଶ କରାଯିବ।

Leave A Reply

Your email address will not be published.