ବିଜୁ ପୁସ୍ତକ ଉନ୍ନୋଚନ କାଯ୍ୟକ୍ରମ: ନୂଆ ରାଜନୈତିକ ସମୀକରଣ ନେଇ ଚର୍ଚ୍ଚା

ଭୁବନେଶ୍ବର : ଦ ଟଲ ମ୍ୟାନ କାର୍ଯ୍ୟକ୍ରମ କରି ନବୀନ ବିଜୁଙ୍କ ସ୍ମୃତିକୁ ଯେତିକ ସୁଦୃଢ଼ କରିଛନ୍ତି, ଜାତୀୟ ସ୍ତରରେ ତାଙ୍କ ଉପସ୍ଥିତିକୁ ସେତିକି ମଜଭୁତ କରିଛନ୍ତି ବୋଲି ରାଜନୈତିକ ସ୍ତରରେ ଖୁବ ଚର୍ଚ୍ଚା ହେଉଛି। କାରଣ ଯେଉଁ ଭଳି ଭାବେ ନବୀନ ଲେଫ୍ଟ ରାଇଟ ପରସ୍ପର ବିରୋଧୀ ଦଳର ନେତାଙ୍କୁ ଗୋଟିଏ ମଞ୍ଚରେ ଛିଡା କରାଇବା ସହ ଲଞ୍ଚ ଟେବୁଲରେ ବସାଇପାରିଛନ୍ତି । ଏହା ସିଧା ନୂଆ ସମୀକରଣ ବର୍ତ୍ତା ଦେଇଛି। ନବୀନଙ୍କ ଏଭଳି ଟଲ୍ ମ୍ୟାନ ସୋ ଜାତୀୟ ସ୍ତରରେ ନୂଆ ସମୀକରଣ ସୃଷ୍ଟି କରିବ, ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
୨୦୧୯ରେ ହେବ ନୂଆ ସମୀକରଣ । ନବୀନ ହୋଇପାରନ୍ତ ସଂଯୋଜକ । ଟଲ ମ୍ୟାନ୍ କାର୍ଯ୍ୟକ୍ରମ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। ଠିକ୍ ଯେମିତି ବିଜୁପଟ୍ଟନାୟକ ଭୁବନେଶ୍ବରରେ ଦେଶର ସମସ୍ତ ଅଣକଂଗ୍ରେସ ନେତାଙ୍କୁ ଏକାଠି କରିଥିଲେ ଏବେ ନବୀନ ସେମିତି ଦେଶର ଟଲ୍ ମ୍ୟାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଛନ୍ତି । ଏକା ସାଙ୍ଗରେ ବସିଲେ, ଏକା ସାଙ୍ଗରେ ଖାଇଲେ। କଣ ମୋଦି ବିରୋଧୀ ମେଣ୍ଟର ମେଣ୍ଟର ହେବେ ନବୀନ? ଏମିତି କିଛି ଚର୍ଚ୍ଚା ସୃଷ୍ଟି ହୋଇଛି। ଗତକାଲି ବିଜେପିର ବରିଷ୍ଠ ନେତା ଏଲ. କେ ଆଡଭାନୀ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡା ନବୀନଙ୍କ ନିମନ୍ତ୍ରଣରେ ଭୁବନେଶ୍ବରରେ ବିଜୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯାହା ସୂଚନା ଦେଇଛି ସେତେବେଳେର ବିଜୁ ପଟ୍ଟନାୟକଙ୍କ ପରି ନବୀନ ମଧ୍ୟ ଜାତୀୟ ସ୍ତରରେ ନିଜର ଗ୍ରହଣୀୟତା ସୃଷ୍ଟି କରିଛନ୍ତି। ତେବେ ଗତକାଲିର ଏହି ଟଲମ୍ୟାନ ସୋରୁ ବିଜେଡି କୌଣସି ରାଜନୈତିକ ସମୀକରଣ ଟାଣିବାକୁ ଚେଷ୍ଟା କରୁନି । ବିରୋଧୀ କିନ୍ତୁ କହିଛନ୍ତି ନବୀନଙ୍କ ପାଇଁ ଏ ମହାମିଳନ ହୋଇନି ବରଂ ଏହା କେବଳ ବିଜୁବାବୁଙ୍କ ପାଇଁ ସମ୍ଭବ ହୋଇଛି । କାରଣ ଯେଉଁ ବରିଷ୍ଠ ନେତା ମାନେ ଆସିଥିଲେ ସେମାନେ ବିଜୁଙ୍କ ସହିତ ଜଡିତ ଥିଲେ। ବିଜୁ ବାବୁଙ୍କୁ ପୁସ୍ତକ ଉନ୍ମୋଚନ ହେଉଥିବାରୁ ସେମାନେ ଏଭଳି ଏକ ଏୗତିହାସିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେଣୁ ଏହା ଦ୍ବାରା କୌଣସି ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ ନାହିଁ। ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଜାତୀୟ ସ୍ତରରେ କିଛି କରିବାକୁ ନବୀନଙ୍କ ଇଛା ଥିଲାଭଳି ଲାଗୁନି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏମିତି ଇଚ୍ଛା କେବଳ ମୁଙ୍ଗେରୀ ଲାଲ କି ହସିନ୍ ସପନେ। ଅବଶ୍ୟ ଜାତୀୟ ରାଜନୀତିକୁ ଯିବେ ନାହିଁ ବୋଲି ନବୀନ ଷ୍ପଷ୍ଟ କରିସାରିଛନ୍ତି। କିନ୍ତୁ ଦେଶରେ ମୋଦିଙ୍କ ବିରୋଧରେ ଦେଶର କିଛି ନେତା ଏକଜୁଟ ହେଉଥିବା ବେଳେ ନବୀନ ଏଥିରେ ସାମିଲ ହେବେ କି ନାହିଁ ତାହା କିନ୍ତୁ ସ୍ପଷ୍ଟ କରିନାହାନ୍ତି। ତେଣୁ ଗତକାଲିର କାର୍ଯ୍ୟକ୍ରମରୁ ଚର୍ଚ୍ଚା ପୁଣି ମୁଣ୍ଡ ଟେକିଛି।

Leave A Reply

Your email address will not be published.