ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରଦ୍ଧ ଲାଗି ହାଇକୋର୍ଟଙ୍କ ନିର୍ଦେଶ

କଟକ : ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ବିଧାୟକ ଯୋଗେଶ ସିଂଙ୍କ ପଦ ଗଲା । ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟ, ଯୋଗେଶଙ୍କ ବିଧାୟକ ପଦ ରଦ୍ଦ କରି ଦେଇଛନ୍ତି । ୨୦୧୪ ନିର୍ବାଚନ ବେଳେ ଯୋଗେଶ, ସତ୍ୟପାଠରେ ଜାତିକୁ ନେଇ ମିଥ୍ୟା ତଥ୍ୟ ଦେଇଥିଲେ । ଏନେଇ ବିଜେପି ପ୍ରାର୍ଥୀ ସହଦେବ ଖାଖା ଏବଂ ସୁନ୍ଦରଗଡ଼ର ଜଣେ ଭୋଟର୍ କୋର୍ଟରେ ମାମଲା ରୁଜୁ କରିଥିଲେ । ଉଭୟ ମାମଲାର ଶୁଣାଣି କରି ହାଇକୋର୍ଟ, ଯୋଗେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ରେ ବିଜେଡି ପ୍ରାର୍ଥୀ କୁସୁମ ଟେଟେଙ୍କୁ ୧୩ ହଜାରରୁ ଅଧିକ ଭୋଟରେ ହରାଇ, ବିଜୟୀ ହୋଇଥିଲେ ଯୋଗେଶ । ତେବେ ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଆଣିଥିବା ସହଦେବ ଖାଖା, ତୃତୀୟ ସ୍ଥାନରେ ଥିଲେ । ୨୦୦୯ରେ ମଧ୍ୟ ସୁନ୍ଦରଗଡ଼ରୁ ବିଧାୟକ ଥିଲେ ଯୋଗେଶ ସିଂ । ସେପଟେ ବିଧାୟକ ଯୋଗେଶ ସିଂହ କହିଛନ୍ତି କୋର୍ଟଙ୍କ ନିର୍ଦେଶ ପାଇବା ପରେ ତାର ଆଉନଗତ ତର୍ଜମା କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେବେ ।

Leave A Reply

Your email address will not be published.