ଭୁବନେଶ୍ବର : ବିଏମସି ପାଇଁ ଅସୁବିଧାରେ ଦାରୁଠେଙ୍ଗ ଗ୍ରାମବାସୀ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୂଆଷୁଣୀ ପାହାଡରେ ଆବର୍ଜନା ପକାଇ ଆସୁଛି ବିଏମସି । ଦୀର୍ଘ ୧୦ ବର୍ଷ ଧରି ବିଏମସି ଏହାକୁ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର କରିଆସୁଛି । ତେବେ ନିକଟରେ ଭୂଆଷୁଣୀ ପାହାଡରେ ବିଏମସି ନିଆଁ ଲଗାଇଥିବାରୁ ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଅଳିଆଗଦାରେ ନିଆଁ ଲଗାଇଛି ବିଏମସି । ଆଉ ସେହି ନିଆଁ- ଧୂଆଁ ଯୋଗୁଁ ଅଣନିଶ୍ବାସୀ ଦାରୁଠେଙ୍ଗ ଗ୍ରାମବାସୀ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୂଆଷୁଣୀ ପାହାଡରେ ଥିବା ଡମ୍ପିଂୟାର୍ଡରେ ନିଆଁ ସୃଷ୍ଟି କରିଛି ଏପରି ସ୍ଥିତି। ସ୍ଥାନୀୟ ବାସିନ୍ଦା ତାର ତୀବ୍ର ବିରୋଧ କରିଛନ୍ତି । ୧୦ବର୍ଷ ହେଲା ବିଏମସି ଏଠାରେ ଅଳିଆ ଗଦା କରୁଛି । ସେହି ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ପ୍ରତିଶ୍ରୁତି ଦେଉଛି । ହେଲେ ପରିସ୍ଥିତି ଯାହାକୁ ସେୟା । ପ୍ରତି ବର୍ଷ ଖରା ଦିନ ଆସିଲେ ଅଳିଆ ଗଦାରେ ନିଆଁ ଲଗାଇ ଦେଉଛି ବିଏମସି । ଫଳରେ ବାୟୁ ପ୍ରଦୂଷଣ ସହ ବିଭିନ୍ନ ରେ।ଗ ସୃଷ୍ଟି ହେଉଛି। ଗତ କାଲି ରାତିରେ ଅବର୍ଜନା ଗଦାର ଧୂଆଁ ଯେ।ଗୁଁ କିଛି ଲେ।କ ଅସୁସ୍ଥ ହେ।ଇପଡିଥିଲେ । ଏନେଇ ଖବର ପାଇବା ପରେ ବିଏମସି କର୍ମଚାରୀ ଦୁଇଟି ସ୍ୱରେଜ ଟ୍ୟାଙ୍କରେ ପାଣି ନେଇ ନିଆଁ ଲିଭାଇଛନ୍ତି । କିନ୍ତୁ ବିଏମସିର ଏପରି କାମକୁ ଲୋକଦେଖାଣିଆ କହି ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ । ୨୦ଏକର ଜାଗାରେ ନିଆଁ କୁ ୨ ଟ୍ୟାଙ୍କର ପାଣି ଲିଭାଇବା ଅସମ୍ଭବ ବେ।ଲି କହିଛନ୍ତି ଗ୍ରାମବାସୀ ।
