ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି । ୪ ଜଣ ଆଇଏଏସ ଅଫିସରଙ୍କ ଭିତରେ ବିଭାଗ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏଥି ସହିତ ଅନୁଗର୍ଗଙ୍କୁ ଅତିରିକ୍ତ ଦାୟୀତ୍ୱ ମିଳିଛି । ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ସଚିବ ଚିତ୍ରା ଅରୁମୁଗମଙ୍କୁ ଯୋଜନା ଓ ସମନ୍ଵୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନିଯୁକ୍ତ କରାଯାଇଛି । ଏନଆରଏଲଏମ ନିର୍ଦ୍ଦେଶକ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଣବ ଜ୍ୟୋତି ନାଥଙ୍କୁ ଶିଳ୍ପ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଶିଳ୍ପ ନିର୍ଦ୍ଦେଶକ ସ୍ମୃତି ରଂଜନ ପ୍ରଧାନଙ୍କୁ ଏନଆରଏଲଏମ ନିର୍ଦ୍ଦେଶକ କରାଯାଇଛି ।
