କଟକ ମସୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ବବିଦ୍ୟାଳୟ,ବିଜେଡି ଆଇନଜୀବୀ ସାମୁଖ୍ୟର କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର : ବଢିଲା ଆଇନଜୀବୀ  ୱେଲ୍ଫେୟାର ଫଣ୍ଡ୍। ୩ କୋଟିରୁ ୫ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର।। ଏହା ସହ ଆଇନଜୀବୀ ଙ୍କ ଦକ୍ଷତା ବୃଦ୍ଧି କରିବାକୁ ହୋଇଛି ଯୋଜନା । ବିଜେଡି ଆଇନଜୀବୀ ସାମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ପହଞ୍ଚିବ ଆଇନ ସେବା । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ସ୍ବତନ୍ତ୍ର ଓକିଲ । ରାଜ୍ୟର ପ୍ରତିଟି ନାଗରିକ ଯେମିତି ଆଇନ ସେବା ପାଇପାରିବେ ସେନେଇ ଖୁବ୍ ଶୀଗ୍ର ସରକାର ଏଭଳି ବ୍ୟବସ୍ଥା କରିବାକୁ ଯାଉଛନ୍ତି । ସେପଟେ ଆଇନଜୀବୀ କଲ୍ୟାଣ ପାଣ୍ଠି ମଧ୍ୟ ୩ କୋଟିରୁ ୫ କୋଟି ବଢ଼ାଇଛନ୍ତି ସରକାର । ବିଜେଡି ଆଇନଜୀବୀ ସାମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଆଗାମୀ ବର୍ଷରୁ ଆଇନଜୀବୀ ୱେଲ୍‌ଫେୟାର ଫଣ୍ଡ୍ ୫ କୋଟି ହେବ।  ଏହା ସହ ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଖୋଲିବ  ସ୍କିଲ୍ ଡେଭଲପମେଣ୍ଟ ଏକାଡେମୀ । ଆଇନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା  କଟକ ମସୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯିବ ।  ରାଜ୍ୟର ୩୧୪ ବ୍ଲକରେ କୋର୍ଟ ଖୋଲିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ସାରିଛନ୍ତି । ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ଆବାହକ ମିଲନ୍ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ସାମୁଖ୍ୟର ରାଜ୍ୟ, ଜୋନାଲ ଓ ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ବାର୍‍ ଆସୋସିଏସନ୍‍ରୁ ଆଇନ୍‍ଜୀବୀମାନେ ଯେଗାଦେଇ ୮ଟି ଜୋନ୍‍ର ଜୋନାଲ୍‍ ଆବାହକ ଓ ଜିଲ୍ଲା ଆବାହକମାନେ ଯୋଗଦେଇ ବିସ୍ତୃତ ଆଲୋଚନା କରିଥିଲେ । ଲିଗାଲ୍‍ ଫ୍ରଣ୍ଟର ସଭ୍ୟମାନେ ରାଜ୍ୟରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ପ୍ରଗତିକୁ ଆଗେଇ ନେବା ସଂଗେ ସଂଗେ ରାଜ୍ୟର କୋଣ ଅନୁକୋଣରେ ଗରିବ, ଅସହାୟ ମହିଳା, ଅନୁସୂଚୀତ ଜାତି ଓ ଜନଜାତିଙ୍କ ନିକଟରେ ଆଇନ୍‍ ସାକ୍ଷରଣ ସୃଷ୍ଟି କରିବା ସହିତ ସେମାନଙ୍କ ନିକଟରେ ନ୍ୟାୟ ପହଞ୍ଚାଇବାରେ ଆଇନ୍‍ଜୀବୀ ସାମ୍ମୁଖ୍ୟ କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ହୋଇଛି ।

Leave A Reply

Your email address will not be published.