ପୁରୀ: ସୋମବାର ବାହୁଡାଯାତ୍ରା । ଏଥିଲାଗି ଆରମ୍ବ ହୋଇଛି ପ୍ରସ୍ତୁତି । ସେଥିଲାଗି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କିଛିଟା କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା କାଲି ସଂଧ୍ୟା ୭ଟା ଯାଏ ଗୁଣ୍ଡିଚା ମନ୍ଦିରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂତ୍ତଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏହା ପରେ ରବିବାର ସଂଧ୍ୟା ୭ଟୁ ଭକ୍ତ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ପାରିବେ ନାହିଁ । ବାହୁଡା ପ୍ରସ୍ତୁତି ଲାଗି ଏପରି କଟକଣା ଜାରି କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି
