ରାଷ୍ଟ୍ରପତି ନିର୍ବାଚନ: ପ୍ରଚାରରେ ତାମିଲନାଡୁରେ କୋବିନ୍ଦ

ତାମିଲନାଡୁ:ରାଷ୍ଟ୍ରପତି ନିର୍ବାଚନ। ନିଜ ସପକ୍ଷରେ ମତାମତ ଲୋଡିବାପାଇଁ ନିର୍ବାଚନ ପ୍ରଚାରରେ ତାମିଲନାଡୁରେ ପହଞ୍ଚିଛନ୍ତି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ । ସେ ଆଜି ତାମିଲନାଡୁର ଏଆଇଏଡିଏମକେର ଦୁଇ ଗୋଷ୍ଠୀର ବିଧାୟକ ଏବଂ ସାଂସଦଙ୍କୁ ଭେଟିବେ। ପୂର୍ବରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ କୋବିନ୍ଦଙ୍କୁ ପ୍ରାର୍ଥୀତ୍ବକୁ ଏଆଏଡିଏମକେର ଦୁଇ ଗୋଷ୍ଠୀ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି। ତାମିଲନାଡୁର ଅନ୍ୟାନ୍ୟ ରାଜନୈତିକ ଦଳର ବିଧାୟକ ଏବଂ ସାଂସଦଙ୍କୁ ମଧ୍ୟ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି। କୋବିନ୍ଦଙ୍କୁ କେରଳ ଏବଂ ପୁଡୁଚେରିର ବିଧାୟକ ଏବଂ ସାଂସଦ ମଧ୍ୟ ଆଜି ଭେଟିବେ। ଜୁଲାଇ ୪ରେ କୋବିନ୍ଦ ତେଲେଙ୍ଗାନା ଯିବେ। କୋବିନ୍ଦଙ୍କୁ ତେଲେଙ୍ଗାନା ରାଷ୍ଟ୍ର ସମିଥି, ଟିଆରଏସ ସମର୍ଥନ କରିବ ବୋଲି ଘୋଷଣା କରିଛି। ପଡୋଶୀ ହାଇଦ୍ରାବାଦକୁ ମଧ୍ୟ ଯିବେ କୋବିନ୍ଦ ଯେଉଁଠି ଏନଡିଏ ସହଯୋଗୀ ଟିଡିପିର ବିଧାୟକ ଏବଂ ସାଂସଦଙ୍କୁ ଭେଟିବେ କୋବିନ୍ଦ । ନିର୍ବାଚନ ପ୍ରଚାରରରେ ଜୁଲାଇ ୫ରେ କର୍ଣ୍ଣାଟକ ଯିବେ କୋବିନ୍ଦ । ଇଲେକ୍ଟୋରାଲ କଲେଜର ଦୁଇ ତୃତିୟାଂଶ ଭୋଟ ପାଇବାକୁ ଲକ୍ଷ୍ୟ ରଖିଛନ୍ତି କୋବିନ୍ଦ । ଏବେ କୋବିନ୍ଦଙ୍କୁ ୨୧ଜଣ ମୁଖ୍ୟମନ୍ତ୍ରୀ ଏବଂ ୩୦ଟି ରାଜନୈତିକ ଦଳ ସମର୍ଥନ ରହିଛି। ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ହେବ। ୨୦ରେ ହେବ ଭୋଟ ଗଣତି।

Leave A Reply

Your email address will not be published.