ମିନାକ୍ଷୀ ବାହିନୀପତିଙ୍କୁ କୃଷ୍ଣଚନ୍ଦ୍ର ସଗରିଆଙ୍କ ଟାର୍ଗେଟ୍

ଭୁବନେଶ୍ବର : ତାରା ବାହିନୀପତିଙ୍କ ପରେ ମିନାକ୍ଷୀ ବାହିନୀପତିଙ୍କୁ ଟାର୍ଗେଟ୍ କରିଛନ୍ତି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ଅପରିବର୍ତ୍ତିତ ରହିଛନ୍ତି । ଯାହାକୁ ନେଇ କୃଷ୍ଣ ସଗରିଆ ପ୍ରତିକ୍ରିୟା ରଖି କହିଛନ୍ତି ତୃଣମୂଳ ସ୍ତରର ମତକୁ ନେଇ ଜିଲ୍ଲା ସଭାପତି ଚୟନ ହୋଇନି । କିଛି ଲୋକଙ୍କ ମତକୁ ନେଇ ସଭାପତି ଚୟନ କରାଯାଇଛି । ୨୦୧୦ରୁ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନ ମଣ୍ଡଳିଙ୍କୁ ଯାଆନ୍ତି ନାହିଁ କୋରାପୁଟ ଜିଲ୍ଲା ସଭାପତି । ତାଙ୍କ ପାଇଁ ମୁଁ ବିଧାୟକ ହୋଇନାହିଁ । ଜିଲ୍ଲା ସଭାପତି ପରିବର୍ତ୍ତନ ପାଇଁ ଆଗରୁ ଦାବି କରିଛୁ କିନ୍ତୁ ଆମର ଦାବି ଶୁଣାଯାଇନାହିଁ । ଗତକାଲି କୃଷ୍ଣ ସଗରିଆ କହିଥିଲେ ତାରା ବାହିନୀପତି ମନମୁଖୀ କାମ କରୁବା ସହ ଲୋକଙ୍କୁ ହଇରାଣ କରୁଛନ୍ତି । ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେଲେ ଇସ୍ତଫା ଦେବାକୁ କହିଥିଲେ କୃଷ୍ଣ ସଗରିଆ ।

Leave A Reply

Your email address will not be published.