ଉର୍ଦ୍ୁ କହିବେ ଜାକଲିନ୍..

ସିଂହଳି ସୁନ୍ଦରୀ ଜାକଲିନ୍ ଫର୍ନାଣ୍ଡିଜ୍ କହିବେ ଉର୍ଦୁ । ହଁ ଆପଣ ଯାହା ଶୁଣୁଛନ୍ତି ପୂରା ସତ । ସୁଟିଂ ସେଟରୁ ଟିକେ ଫୁରସତ ମିଳିଲେ ମାଡାମ ଲାଗିପଡୁଛନ୍ତି ଉର୍ଦ୍ୁ ଶିଖିବାରେ । ଏପରିକି ନିଜ ଭ୍ୟାନିଟି ବ୍ୟାଗରେ ଉର୍ଦୁ ଭାଷାର ଏକ ବହି ମଧ୍ୟ ସାଙ୍ଗରେ ଧରି ବୁଲୁଛନ୍ତି ଜ୍ୟାକଲିନ୍ । କିନ୍ତୁ ଇଂଟ୍ରେଷ୍ଟିଙ୍ଗ ହେଉଛି ଦବଙ୍ଗ ଖାନ୍ ସଲମାନଙ୍କ ବାପା ସଲିମ୍ ଖାନ୍ ଜ୍ୟାକଲିନଙ୍କୁ ଆଡଭାଇସ କରିଥନ୍ତି ଯେ, ପ୍ରଥମେ ଭଲଭାବେ ହିନ୍ଦି କହିବା ଶିଖ ତାପରେ ଉର୍ଦୁ ଶିଖିବ । ଏବେ ନିକଟରେ ରେସ୍-୩ରେ କାମ କରୁଥିବା ଜ୍ୟାକଲିନ୍ ସଲମାନଙ୍କ ସହ ସୁଟିଂରେ ବିଜି ଥିବା ବେଳେ ମଧ୍ୟ ଉର୍ଦୁ ଶିଖିବା ଭୁଲୁନଥିଲେ । ବେଳେ ବେଳେ ବାପା ସଲିମ ମଧ୍ୟ ଜ୍ୟାକଲିନଙ୍କୁ ହେଲ୍ପ ମଧ୍ୟ କରିଦିଅନ୍ତି ।

Leave A Reply

Your email address will not be published.