ବିଜେପିର ସାଧାରଣ ନିର୍ବାଚନ ରଣନୀତି : ପ୍ରତି ନିର୍ବାଚନ ମଣ୍ଡଳୀ ଲାଗି ନିଯୁକ୍ତ ହେବେ ସ୍ବତନ୍ତ୍ର ପ୍ରଭାରୀ,ରାଜ୍ୟ ସ୍ତରରେ ‘ଚୁନାଓ ତୈୟାରି ଟୋଲି’ ଗ୍ରୁପ
ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚ ଲାଗି ବିଜେପି ସଜବାଜ ଆରମ୍ଭ କରିଛି । ପୁଣି ଥରେ କ୍ଷମତାକୁ ପେରିବାକୁ ନୂଆ ରଣନୀତି କରିଛି ବିଜେପି । ନୂଆ ଯୋଜନା ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ପ୍ରତିଲୋକସଭା ନିର୍ବାଚନମଣ୍ଡଳୀରେ ପର୍ଯ୍ୟବେକ୍ଷକ,ସୋସିଆଲ ମିଡିଆ ଟିମ,ତିନି ଜଣିଆ ମିଡିଆ ଟିମ,ଲିଗାଲ ଟିମ ରହିବେ । ଏହା ସହ ରାଜ୍ୟରେ ନିର୍ବାଚନ ପରିଚଳନା ଲାଗି ଏକ ୧୧ ଜଣିଆ କମିଟି ଗଠନ ହେବା ସହ ସେମାନଙ୍କୁ ୧୯ଟି ଗୁରୁତ୍ବ ପୂଣ୍ଣ ଦାୟିତ୍ବ ଦିଆଯାଉଛି । ଏହା ସହ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ନଜର ରଖିବାକୁ ଆଉ ଏକ ୨ ଜଣିଆ କମିଟି ଗଠନ ଉପରେ ଗୁରୁତ୍ହ ଦେଇଛି ଦଳ । ଏପଟେ ପାର୍ଲାମେଣ୍ଟ କ୍ଷେତ୍ରରୁ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପ୍ରଭାରୀ ନିଜ ନିଜ ଅଞ୍ଚଳକୁ ଗସ୍ତ କରୁଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କ ସୁପରଭିଜନ ଓ ନିର୍ଦ୍ଦେଶରେ ସବୁ ଚାଲିଛି । ଏହିସବୁ ପ୍ରସ୍ତୁତି ମିଶନ୍ ୧୨୦କୁ ସହାୟକ ହେବ ଏବଂ ବିଜେପି ଫୋକସରେ ଓଡ଼ିଶା ଅଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ବିଜେପି ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚଳାଇଛି । ପ୍ରତି ଲୋକସଭା ଆସନରେ ଜଣେ ଲେଖାଏଁ ପ୍ରଭାରୀ ନିଯୁକ୍ତି ଦେବାକୁ ଦଳ ସ୍ଥିର କରିଛି । ଏହି ଯୋଜନା ଅନୁଯାୟୀ ୫୪୩ ଲୋକସଭା ଆସନରେ ପ୍ରଭାରୀ ନିଯୁକ୍ତ କରାଯିବ । କେବଳ ସେତିକି ନୁହେଁ, ପ୍ରତି ରାଜ୍ୟରେ ଏଥିପାଇଁ ୧୧ ଜଣିଆ କମିଟି ମଧ୍ୟ ଗଠନ କରାଯିବ । ଦଳର ନିଷ୍ପତ୍ତି ଅନୁଯାୟୀ ଲୋକସଭା ନିର୍ବାଚନମଣ୍ଡଳୀ ବାହାରର ଜଣଙ୍କୁ ପ୍ରଭାରୀ ନିଯୁକ୍ତ କରାଯି । ସେମାନେ ଦଳୀୟ ବ୍ୟାପାର ସମ୍ପର୍କରେ ତଦାରଖ କରିବେ । ରାଜ୍ୟସ୍ତରୀୟ ୧୧ ଜଣିଆ କମିଟିକୁ ‘ଚୁନାଓ ତୈୟାରି ଟୋଲି’ (ନିର୍ବାଚନ ପ୍ରସ୍ତୁତି ଗ୍ରୁପ୍) କୁହାଯିବ । ଏହି କମିଟିକୁ ୧୩ଟି ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯିବ । ବିଜେପି ପ୍ରଥମ ଥର ପାଇଁ ପ୍ରତି ଲୋକସଭାଆସନ ନିମନ୍ତେ ପ୍ରଭାରୀ ନିଯୁକ୍ତି ଦେବାକୁ ଯାଉଛି । ବହୁଜନ ସମାଜ ପାର୍ଟି ଆଗରୁ ଏଭଳି କରିଆସିଛି । ଏହି ନିର୍ଦ୍ଦିଷ୍ଟ ଟିମ୍ ପ୍ରତି ରାଜ୍ୟରେ ସଂସଦୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିବ । ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ମୋଦି – ଶାହ ଉଭୟ ସାଂଗଠନିକ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବିଧିବଦ୍ଧ ପଦକ୍ଷେପ ନିଆଯାଉଛି । ଇତିମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ସବୁ ରାଜ୍ୟ ଗସ୍ତ କରିବା ଆରମ୍ଭ କରିଦେଇଛନ୍ତି । ଜୁନ୍ ୧୦ରୁ ଅମିତ୍ ଶାହ ଛତିଶଗଡରୁ ଗସ୍ତ ଆରମ୍ଭ କରିଛନ୍ତି । ଜୁଲାଇ ଶେଷ ସୁଦ୍ଧା ସେ ସବୁ ରାଜ୍ୟ ଗସ୍ତ ଶେଷ କରିବାର ଟାର୍ଗେଟ୍ ରଖିଛନ୍ତି । ସାଧାରଣନିର୍ବାଚନ ପାଇଁ ରାଜ୍ୟ ଶାଖାଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ଶାହ ସମ୍ପୃକ୍ତ ନେତୃବୃନ୍ଦଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିବେ । କେତେକ ରାଜ୍ୟରେ ବିଜେପି କେତେକ ବିରୋଧୀ ଦଳର କଡ଼ା ମୁକାବିଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିଏସ୍ପି ଏବଂ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ବିଜେପି ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛନ୍ତି । ବିଜେପି ବିଧିବଦ୍ଧ ରଣନୀତି ବଳରେ ଏହି
ଚ୍ୟାଲେଞ୍ଜ୍ର ମୁକାବିଲା କରିବାକୁ ଯୋଜନା କରୁଛି । ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଭାରୀଙ୍କ ବ୍ୟତୀତ ୩ ଜଣିଆ ସୋସିଆଲ ମିଡିଆ ଟିମ୍ ଗଠନ କରାଯିବ । ୩ ଜଣିଆ ଲିଗାଲ୍ ଟିମ୍ ମଧ୍ୟ ରହିବ । ଯେଉଁମାନେ ଦଳରେ ଯୋଗଦେବାକୁ ଇଚ୍ଛୁକ ସେମାନଙ୍କୁ ଏହି ଟିମ୍ ଚେକ୍ କରି ନିଷ୍ପତ୍ତି ନେବେ । ଶାହଙ୍କ ଗସ୍ତ ପୂର୍ବରୁ ରାଜ୍ୟଗୁଡ଼ିକ ଏ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ଦଳ ପକ୍ଷରୁ କୁହାଯାଇଛି । ଶାହ ବିଭିନ୍ନ ରାଜ୍ୟ ଗସ୍ତ କଲାବେଳେ ୧୧ ଜଣିଆ ନିର୍ବାଚନ କମିଟି ସହ ମାନସମନ୍ଥନ କରିବେ ।
