ଲୁଧିଆନା : ନିଜ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ ହେବାରୁ ଦମ୍ପତିଙ୍କ ଆତ୍ମ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଲୁଧିଆନାର ମାଛିୱାଡା ବେଟ ଅଂଚଳରେ । ବିଭାହ ପୂର୍ବରୁ ଏହି ଦମ୍ପତି ପରସ୍ପରକୁ ଭଲ ପାଉଥିଲେ । ପରିବାର ଲୋକେ ସେମାନଙ୍କ ବିଭାହକୁ ସହମତି ଦେବାରୁ ସେମାନେ ଘର ଛାଡି ଅଲଗା ରହୁଥିଲେ । ହେଲେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଓ ଫଟୋ ସୋସିଆଲଲ ମିଡିଆରେ ଭାଇରାଲ ହେବାରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଆତ୍ମହତ୍ୟା କରିଥିବା ମହିଳା ଓ ଯୁବକ ଦୁହେଁ ପୂର୍ବରୁ ବିବାହିତ ଥିଲେ। ସେମାନଙ୍କ ସନ୍ତାନ ବି ଥିଲା। ଏହା ସତ୍ତ୍ୱେ ବି ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ି ଯାଇଥିଲେ । ମହିଳା ତାଙ୍କ ସ୍ୱାମୀ ଓ ପିଲାଛୁଆକୁ ଛାଡ଼ି, ସେପଟେ ଯୁବକ ତାଙ୍କ ପତ୍ନୀ ଓ ସନ୍ତାନକୁ ଛାଡ଼ି ଘରୁ ଫେରାର ହୋଇଯାଇଥିଲେ। ଏକ ବର୍ଷ ପାଖାପାଖି ହେବ ଦୁହେଁ ଏକାଠି ରହୁଥିଲେ। ଦୁହିଁଙ୍କ ଏହି ସମ୍ପର୍କକୁ ନେଇ ଗ୍ରାମବାସୀ ସେମାନଙ୍କ ମଜାକ୍ ବି ଉଡାଉଥିଲେ। ଏହାପରେ ଉକ୍ତ ମହିଳା ଓ ଯୁବକଙ୍କ ପରିବାର ସହିତ ଗ୍ରାମବାସୀଙ୍କ ଝଗଡ଼ା ଓ ଗଣ୍ଡଗୋଳ ହୋଇଥିଲ। କେହିଜଣେ ଉକ୍ତ ଯୁବକ ଓ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋକୁ ଭାଇରାଲ କରି ଦେଇଥିଲା। ଏହି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ବଦନାମ ଭୟରେ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଦୁହିଁଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲେ ହେଁ ମହିଳାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା।
Next Post
