ଭୁବନେଶ୍ବର: ରାଜ୍ୟରେ ବଢ଼ିଛି ହାତୀ ସଂଖ୍ୟା । ଗତ ବର୍ଷ ଅପେକ୍ଷା ଏବର୍ଷ ୨୨ ଟି ହାତୀ ବଢ଼ିଥିବା ଗଣନାରୁ ଜଣାପଡିଛି । ଏବେ ରାଜ୍ୟରେ ୧ ହଜାର ୯୭୬ ହାତୀ ଅଛନ୍ତି । ସେଥିରେ ୩୪୪ଟି ଦନ୍ତା, ୧ ହଜାର ୯୨ ମାଈ, ୫୦୨ଟି ଛୁଆ ଓ ୩୮ଟି ହାତୀଙ୍କ ଲିଙ୍ଗ ଜଣାପଡ଼ିନାହିଁ । ୪୩ଟି ଫରେଷ୍ଟ ଡିଭିଜନରେ ହାତୀ ଗଣନା କରାଯାଇଛି । ଗତବର୍ଷ ଏହି ସଂଖ୍ୟା ଥିଲା ୧ ହଜାର ୯୫୪ । ସେପଟେ ଗତ ୬ମାସ ମଧ୍ୟରେ ରାଜ୍ୟରେ ୨୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ହାତୀ ଗଣନା ରିପୋର୍ଟରୁ ଜଣାପଡିଛି । ସେହିପରି ଗତ ୬ମାସରେ ୨୭ଟି ହାତୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମରିଛନ୍ତି ୪ ହାତୀ, ସାଧାରଣ ମୃତ୍ୟୁ ୨ଟି ହାତୀ, କାରଣ ଜଣାପଡିନାହିଂ ୯ଟି ହାତୀ, ବିଦ୍ୟୁତ ଆଘାତରେ ୪ଟି ହାତୀ ମୃତ,ଓ ଟ୍ରେନ ଦୁର୍ଘଟଣାରେ ଗୋଟିଏ ହାତୀ ର ମୃତ୍ୟୁ ହୋଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି । ବର୍ଷକ ଭିତରେ ରାଜ୍ୟରେ ୨୨ଟି ହାତୀ ବଢିଥିବାବେଳେ ୨୭ ହାତୀ ମରିଛନ୍ତି । ଯାହା ଗୋଦରା କୋଡେ ଯେତେ ମାରେ ସେତେ ଭଳି ହୋଇଛି ।
