ନଇ ମଝିରେ ୮ ହାତୀ : କଣ ହେଲା ଗଜରାଜଙ୍କ ହାଲ ?

ବାଙ୍କୀ : ବାଙ୍କୀ ଗୟଳବାଙ୍କରେ ବଣୁଆ ହାତୀ ପଲ । ଆଠଗଡ  ପଟୁ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀରେ ଫସି ରହିଥିଲେ ୮ ହାତୀ । ଖବର ପାଇ ବନବିଭାଗ ହାତୀମାନଙ୍କ ଉପରେ ନଜର  ରଖିଥିଲା । ସେମାନଙ୍କୁ ଜଙ୍ଗଲ ଅଞ୍ଚଳକୁ ଘଉଡାଇବା ପାଇଁ ଉଦ୍ୟମ କରାଯିବା ପରେ  ହାତୀପଲ ପୁଣି ଆଠଗଡ ଜଙ୍ଗଲ ପଟକୁ ଚାଲିଯାଇଛନ୍ତି ।

ମହାନଦୀରେ ହାତୀ ପଲ । ଚାରିଆଡେ ପାଣି । ମଝିରେ ଅଟକିଛନ୍ତି ୮ଟି ହାତୀ । ଯେଉଁଥିରେ ଅଛନ୍ତି ୫ ବଡହାତୀଙ୍କ ସହ ୩ ଛୁଆ ହାତୀ । ନା ସେଠାରୁ ବାହାରୁଛନ୍ତି ନା କୁଆଡେ ଯାଉଛନ୍ତି ।ବାଙ୍କୀ ଗୟଳବାଙ୍କ ନିକଟ ମହାନଦୀ ପଠାରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଗତକାଲି ରାତିରେ ଆଠଗଡ ପଟୁ ଏହି ହାତୀପଲ ମହାନଦୀ ପାରହୋଇ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଆସିବାକୁ ଚେଷ୍ଟା କରିଥିଲେ । ତେବେ ମହାନଦୀ ପାର ହେଉଥିବା ବେଳେ ସକାଳ ହୋଇଯାଇଥିଲା । ଲୋକେ ହାତପଲଙ୍କୁ ଦେଖିବାକୁ ନଦୀ ପଠାରେ ରୁଣ୍ଡ ହେବାରୁ ହାତୀପଲ ଆଉ ନଦୀ ପାର ନହୋଇ ଯେଉଁଠି ଥିଲେ ସେହିଠାରେ ଏପଟ ସେପଟ ହୋଇଥିଲେ । ଖବର ପାଇ ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିଥିଲା । ହାତୀ ପଲ ୬ ଘଣ୍ଟା ଧରି ମହାନଦୀ ପାଣିରେ ଏପଟ ସେପଟ ହେବା ପରେ ଆଠଗଡ ଜଙ୍ଗଲ ପଟକୁ ଚାଲିଯାଇଛନ୍ତି । ବନ ବିଭାଗ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛି । ସେମାନେ ଯେପରି ଜନବସତି ଆଡକୁ ନଆସନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଅନେକ ସମୟରେ ହାତୀପଲ ଗୟଳବାଙ୍କ ଅଞ୍ଚଳରେ ପଶି କ୍ଷୟକ୍ଷତି କରୁଛନ୍ତି । ତେଣୁ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ତେଣୁ ବନ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.