ପୋଟେଦ୍ୱାର ଧୁମାକୋର୍ଟଠାରେ ଘାଟିରୁ ବସ୍ ଖସିପଡ଼ି ୪୭ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପୋଟେଦ୍ୱାର ଧୁମାକୋର୍ଟଠାରେ ଏକ ଯାତ୍ରୀବାହୀ ବସ୍ ଘାଟି ତଳୁ ଖସିପଡ଼ିବା ବେଳେ ୪୭ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ବସ୍ଟି ଘାଟିରୁ ପ୍ରାୟ ୧୦୦ ଫୁଟ୍ ତଳକୁ ଖସିପଡିଥିଲା । ୨୮ଟି ଆସନ ବିଶିଷ୍ଟ ବସ୍ରେ ୫୦ରୁ ଊଦ୍ଧ୍ୱର୍ ଯାତ୍ରୀ ଯାଉଥିଲେ । ଦୁର୍ଘଟଣା ସ୍ଥଳରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ଅଛି । ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏନ୍ଡିଆର୍ଏଫ୍ ଟିମ୍ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଶବଗୁଡ଼ିକୁ ଉଦ୍ଧାର କରିବା ଓ ଚିହ୍ନଟ କରିବା କାର୍ଯ୍ୟ ଜାରିରହିଛି । ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ଘଟଣାର ଦୁଃଖ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ପୋଲିସ୍ ଯାଞ୍ଚ କରୁଛି ।

Leave A Reply

Your email address will not be published.