ଉମରକୋଟ : ଉମରକୋଟ ଥାନା କୁମୁଡାଗୁଡା ଗାଁରେ ଘଟିଛି ଅଘଟଣ । ପୋଖରୀରେ ବୁଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ । ମୃତ ୨ ଭଉଣୀ ହେଲେ ଚମ୍ପା ଶାନ୍ତା ଓ ନୀଳା ଶାନ୍ତା । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ବୁଡି ଯାଇଥିଲେ । ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି । ହେଲେ ୨ ଭଉଣୀଙ୍କର ବୁଡି ମୃତ୍ୟୁ ହୋଇଛି । ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
