ସୁନ୍ଦରତାକୁ ନେଇ ମହିଳା ଚର୍ଚ୍ଚା ହେବା ପାଇଁ ମହିଳା ଦାୟୀ । କାହିଁକି ଏମିତି କହିଲେ ବିଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ?

ମହିଳାମାନଙ୍କ ସହ ଏକ ଭିନ୍ନ ଠଙ୍ଗରେ ବ୍ୟବହାର କରାଯାଉଛି । ସୁନ୍ଦରତାକୁ ନେଇ ସବୁବେଳେ ସମାଲୋଚନା କରାଯାଉଛି । ଏଥିପାଇଁ କେବଳ ମହିଳାମାନେ ହିଁ ଦାୟୀ । ମହିଳାଙ୍କ ସ୍ବାଧୀନତା ସଂପର୍କରେ ଏକ ମଯାଗାଜିନକୁ ଦେଇଥିବା ସାକ୍ଷତକାରରେ ଏମିତି ମତ ଦେଇଛନ୍ତି ବିଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା । ନିଜ ଆମେରିକୀୟ ବୟଫ୍ରେଣ୍ଡ ନିକ୍ ଜୋନ୍‌ସଙ୍କୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟଙ୍କା ଏବେ ଏହି ସାକ୍ଷାତକାରକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ମ୍ୟାଗାଜିନ୍‌ଙ୍କୁ ଦେଇଥିବା ସାକ୍ଷାତକାରରେ ସେ ମହିଳାମାନଙ୍କ ସ୍ୱାଧୀନତା ସମ୍ପର୍କିତ କିଛି ଏମିତି ମତ ରଖିଛନ୍ତି ।  ପ୍ରିୟଙ୍କା କହିଛନ୍ତି  “ମହିଳାମାନେ ପ୍ରଥମେ ନିଜକୁ ଭଲ ପାଇବା ଦରକାର, ନିଜ ଉପରେ ବିଶ୍ୱାସ କରିବା ଦରକାର।  ଆମକୁ ସବୁବେଳେ ଏଇଟା କୁହାଯାଏ ଯେ, କେବଳ ଜଣେ ଜିତି ପାରିବ। ସର୍ବଶ୍ରେଷ୍ଠଙ୍କୁ ହିଁ ଭଲ ଜୀବନସାଥୀଟେ ମିଳିବ। କେବଳ ସର୍ବଶ୍ରେଷ୍ଠକୁ ଭଲ ଚାକିରି ମିଳିବ। ତେଣୁ ଆମେ ସବୁବେଳେ ଅନ୍ୟମାନଙ୍କୁ ଆମ ରାସ୍ତାରୁ ହଟେଇଦେବାକୁ ଚେଷ୍ଟାକରୁ

କେବଳ ଏତିକି ନୁହେଁ “କ’ଣ ଆମେ ସବୁବେଳେ ନିଜକୁ ଭଲ ପାଇପାରିବା ନାହିଁ, ଆମକୁ କେହି କହିବା ଦରକାର ନାହିଁ ଯେ, ଆମେ କେମିତି ଓଜନ କମ କରିବା ଦରକାର କିମ୍ବା ପୁରୁଷ ମାନକୁ ପାଇବା ପାଇଁ କ’ଣ କରିବା ଦରକାର।”

ଲୋକମାନେ କେବଳ ମହିଳାମାନଙ୍କ ପ୍ରତିଭା ଉପରେ ପ୍ରଶ୍ନ ଉଠାନ୍ତି, ତେଣୁ ନିଜ ବିଷୟରେ ଅନ୍ୟମାନଙ୍କ ସହ ଆଲୋଚନା କରିବା ବନ୍ଦ କରିଦେବା ଉଚିତ ବୋଲି କହିଛନ୍ତି ପ୍ରିୟଙ୍କା।

Leave A Reply

Your email address will not be published.