କମିଶନରେଟ୍ ପୋଲିସ ମୁଖ୍ୟାଳୟର ନୂତନ ନାମ ହେଲା ପୋଲିସ ସେବା ଭବନ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତନ କରାଯାଇ ନୂତନ ନାମ ରଖାଯାଇଛି । ଯାହାର ନୂତନ ନାମ ହେଲା ପୋଲିସ ସେବା ଭବନ । କମିଶନରେଟ୍ ପୋଲିସକୁ ୧୨ ବର୍ଷ ପୂର୍ତି ଅବସରରେ ଏହି ଘୋଷଣା କରାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଛନ୍ତି ।

କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ ଅବସରରେ ୩୦୦ ମହିଳାଙ୍କୁ ନେଇ ଡିଜିପି ଅଭୟ ଏସପିଓ ୟୁନିଟର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଡିଜିପି କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ମୋ ସରକାର ଯୋଜନାରେ ଭଲ ଫିଡବ୍ୟାକ୍ ମିଳୁଛି। ପୋଲିସ କଠିନ ପରିଶ୍ରମ କରୁଛି, ଜନସାଧାରଣଙ୍କୁ ସେବା ଯୋଗାଉଛି। ମଜବୁତ୍ ସୁରକ୍ଷା ପାଇଁ ଟ୍ଵିନସିଟିରେ ୟୁନିଫାଏଡ୍ କଂଟ୍ରୋଲ ରୁମ୍ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି।

ତେବେ ନୂତନ ବର୍ଷ ୨୦୨୦ରେ କମିଶନରେଟ୍ ପୋଲିସ ପାଇଁ ୪ଟି ମୁଖ୍ୟ ଚ୍ୟାଲେଞ୍ଜ ରହିଛି ବୋଲି ଡଃ ସୁଧାଂଶୁ ଷଡଙ୍ଗୀ ଗତ ବୁଧବାର କହିଥିଲେ। ଏହି ୪ଟି ମୁଖ୍ୟ ଚ୍ୟାଲେଞ୍ଜ ହେଉଛି-

-ସଂଗଠିତ ଅପରାଧ ଦମନ, ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ। ଦାଦାଗିରି, ଗୁଣ୍ଡାଗର୍ଦ୍ଦି, ଭାଇଗିରି ଆଦୈା ବରଦାସ୍ତ କରାଯିବ ନାହିଁ।

-ଟ୍ଵିନ୍ ସିଟିରେ ଇଲେକ୍ଟ୍ରୋନିକ ସରଭିଲାନ୍ସ କଡାକଡି କରାଯିବ। ଭୁବନେଶ୍ଵରର ଅନେକ ସ୍ଥାନରେ ଏହି ବ୍ୟବସ୍ଥା ବଢାଯିବ। କଟକରେ ନିଜସ୍ଵ ଉଦ୍ୟମରେ ଏଥିପାଇଁ ସେଟ୍ ଅପ୍ ମଧ୍ୟ କରାଯାଉଛି ।

-ଟ୍ରାଫିକ୍ ସମସ୍ୟା କଡାକଡି କରାଯିବ। ଜୟଦେବ ବିହାର, ନନ୍ଦନକାନନ ରୋଡର ସମସ୍ୟା ଦୂର ପାଇଁ ଯୋଜନା କରାଯାଉଛି । ରାଜମହଲରୁ ଏଜି ଛକ ରାସ୍ତା ସମସ୍ୟା ବି ଫୋକସରେ ଅଛି । ଟେକ୍ନୋସେଭି ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯିବ ।

-କମିଶନରେଟ ପୋଲିସର “ଉଇ କେୟାର ଉଇ ଡେୟାର” ସ୍ଲୋଗାନ୍ ପରିବର୍ତନ କରାଯିବ । “ଆପଣଙ୍କ ପୋଲିସ୍ ଆପଙ୍କ ପାଇଁ ଉଦ୍ଦିଷ୍ଟ” ସ୍ଲୋଗାନ ରଖାଯିବ ବୋଲି ସୁଧାଂଶୁ ଷଡଙ୍ଗୀ ଗତ ବୁଧବାର କହିଥିଲେ।

 

Leave A Reply

Your email address will not be published.