ଓଡ଼ିଶାକୁ ମିଳିଲା “କୃଷି କର୍ମଣ” ପୁରସ୍କାର

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଓଡ଼ିଶାକୁ ମିଳିଲା “କୃଷି କର୍ମଣ” ପୁରସ୍କାର । କର୍ଣ୍ଣାଟକ ତୁମକୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି ।

ଦେଶରେ ସାମଗ୍ରିକ କୃଷି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ୱିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି। କୃଷି କର୍ମଣ ପୁରସ୍କାର ପାଇଁ ପୁଣି ଥରେ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିଛନ୍ତି। ବେଙ୍ଗାଲୁରୁର ତୁମକୁରରେ ଆୟୋଜିତ ଥିବା ସ୍ୱତନ୍ତ୍ର ଉତ୍ସବରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

୨୦୧୬-୧୭ ବର୍ଷ ପାଇଁ ଓଡ଼ିଶା ଅନ୍ୟରାଜ୍ୟ ତୁଳନାରେ ଖାଦ୍ୟଶସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ପାଇଥିବାରୁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିବାକୁ କରିଛନ୍ତି। ପୁରସ୍କାର ସହିତ ପ୍ରଧାନମନ୍ତ୍ରୀ ୧ କୋଟି ଟଙ୍କାର ଅର୍ଥ ରାଶି ଓଡ଼ିଶାକୁ ପ୍ରଦାନ କରିଛନ୍ତି। ଏଥିପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିମନ୍ତ୍ରଣ କ୍ରମେ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ବେଙ୍ଗାଲୁରୁ ଗସ୍ତ କରିଛନ୍ତି।

ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଣଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ଆବଶ୍ୟକ ଭିତିଭୂମି ଯୋଗାଇବାରେ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.