ନୂଆଦିଲ୍ଲୀ : ଭାଟିଆ ପରିବାରର ମୃତ ଦେହ ମିଳିଥିବା ଘଟଣାରେ କିଛି ବି ଠୋସ ସୁରାକ ପାଇ ପାରିନି ପୋଲିସ । ଏତିକିବେଳେ ଚିତରରେ ରହୁଥିବା ବାଟିଆ ପରିବାରର ତୃତୀୟ ଭାଇ ଦିନେଶ ମୁହଁ ଖୋଲିଛନ୍ତି । ଏପରି ଘଟଣା ତନ୍ତ୍ର ମନ୍ତ୍ର ଲାଗି ହୋଇନି ବୋଲି ଦାବି କରୁଛନ୍ତି ଦିନେଶ । ସେହିପରି ଘର ଭିତରେ ଲାଗିଥିବା ୧୧ ପାଇପର ରହସ୍ୟ ଖୋଲିଛନ୍ତି ଦିନେଶ । ତାଙ୍କ କହିବା କଥଆ କୈଣସି ତନ୍ତ୍ର ମନ୍ତ୍ର ଲାଗି କାନ୍ଥରେ ପାଇପ ଲାଗି ନଥିଲା ବରଂ ତାଙ୍କ ଭାଇ ପ୍ଲା ଉଡ କାମ କରୁଥିଲେ । ତେଣୁ ଘରେ କାମ କରିବା ସମୟରେ ତେଣୁ କାମ କରିବା ସମୟରେ ଘର ଭିତରେ ସୃଶ୍ଟି ହେଉଥିବା ଗ୍ୟାସକୁ ବାହାରକୁ ବାହାର କରିବା ଲଗା ଏହି ପାଇପ ଲଗାଇଛି । ସେପଟେ ୧୧ଟିପାଇପ୍ ଏବେ ଭାଟିଆ ପରିବାର ବର୍ଗଙ୍କ ଘରୁ ୧୧ଟି ଲୁହା ରଡ୍ ଠାବ ହୋଇଛି । ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ୧୧ଟି ରଡ୍ ବିଶିଷ୍ଟ ଏକ ଗେଟ୍ ନିର୍ମାଣ ହୋଇଛି । ସନ୍ତ ନଗରର ଜଣେ ଅଧିବାରୀ କହିଛନ୍ତି ଘର ମଧ୍ୟରୁ ୧୧ଟି ଆତ୍ମ ବାହାରିବା ପାଇଁ ୧୧ଟି ପାଇପ୍ ନିର୍ମାଣ ହୋଇଥିଲା । ଏବେ ଏହି ୧୧ଟି ଲୁହା ରଡ୍ କ’ଣ ପାଇଁ ରହିଥିଲା, ସେକଥା କେହି ଜାଣି ନାହାନ୍ତି । ଧାର୍ମିୟ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଯେ ଏଭଳି ଘଟିଛି, ଏବେ ଏକଥା ସ୍ପଷ୍ଟ ଅନୁମେୟ ହୋଇଛି ।
