ତୁର୍କୀରେ ଭୂମିକମ୍ପ: ୧୮ ମୃତ, ୫୫୦ ଆହତ

ଆଙ୍କରା: ପୂର୍ବ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ସର୍ବାଧିକ ତୀବ୍ରତା ୬.୮ ରହିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ କୋଠା ଭୁଷୁଡି ପଡିବାରୁ ୧୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୫୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ତୁର୍କୀର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତୁର୍କୀର ଇଲାଜିଗ ପ୍ରଦେଶର ଶିବରାଇସରେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ହୋଇଥିବା କୁହାଯାଇଛି । ତୁର୍କୀରେ ପ୍ରାୟ ୩୫ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୁଲେମାନ ସେଏଲୁ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏହି ଭୂମିକମ୍ପ ସିରିଆ, ଲେବାନନ ଓ ଇରାନରେ ମଧ୍ୟ ଅନୁଭୂତ ହୋଇଛି । ତୁର୍କୀରେ ଗତ ୧୯୯୯ ମସିହାରେ ସଂଗଠିତ ଭୂକମ୍ପରେ ୧୭ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.