ଭୁଶୁଡିଲା ଭୁବନେଶ୍ବର ବିମାନବନ୍ଦର ଛାତ; ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ବର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନବନିର୍ମିତି କୋଠାର ଛାତ ଭୁଶୁଡିପଡିଛି । ୬୦ କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେଉଥିଲା ବିଲ୍ଡିଂ। ୧୫ରୁ ୨୦ ଜଣ କାମ କରୁଥିଲେ। ଫଳରେ ଏହି ଛାତ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଆହୁରି କେତେ ଜଣ ଶ୍ରମିକ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ତେବେ ଶୁକ୍ରବାର ମଧ୍ୟରାତ୍ରିରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଛି । ବିମାନବନ୍ଦର ସିଆଇଏସ୍‌ଏଫ୍‌, କମିସନରେଟ୍ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର‌୍ୟ୍ୟକୁ ତ୍ବରାନ୍ବିତ କରିଛନ୍ତି। ଭୁଶୁଡିବାର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.