ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ଘୋଷଣା ପତ୍ର ଜାରି କରିଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀର କ୍ଷମତାସୀନ ଆମ ଆଦମି ପାର୍ଟିର ମାଗଣା ଯୋଜନାକୁ ସମାଲୋଚନା କରିଆସୁଥିବା ବିଜେପି ନିଜ ଘୋଷଣା ପତ୍ରରେ ରାଜଧାନୀବାସୀଙ୍କୁ ଅନେକ ବଡ ପ୍ରତିଶ୍ରୁତି ଦେଇଛି । ଘୋଷଣା ପତ୍ରରେ ପ୍ରତି କିଲୋଗ୍ରାମ ପିଛା ୨ ଟଙ୍କାରେ ଅଟା, ଗରିବ ଛାତ୍ରୀଙ୍କୁ ମାଗଣା ଇଲେକ୍ଟ୍ରିକ ସ୍କୁଟି, ନବମ ଶ୍ରେଣୀ ଛାତ୍ରୀଙ୍କୁ ସାଇକେଲ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀ ବିଜେପିର ଏହି ଘୋଷଣା ପତ୍ର ଜାରି କରିଛନ୍ତି । ଦିଲ୍ଲୀର ଭାଗ୍ୟ ପରିବର୍ତନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଗଡକରୀ । ଦିଲ୍ଲୀରେ ବାୟୁ ଓ ଜଳ ପ୍ରଦୂଷଣ ବଡ ସମସ୍ୟା ଥିବା ବେଳେ କେଦ୍ର ସରକାର ଏହି ୨ଟି ଦିଗରେ ଗୁରୁତ୍ବ ଦେଉଥିବା ଗଡକରୀ କହିଛନ୍ତି ।
ବିଜେପିର ଘୋଷଣା ପତ୍ରରେ ଥିବା ପ୍ରତିଶ୍ରୁତି…
-ଦିଲ୍ଲୀରେ ଭ୍ରଷ୍ଟାଚାର ମୁକ୍ତ ସରକାର
-ବିଜୁଳି ଓ ପାଣିରେ ଜାରି ରହିବ ସବସିଡି
-ନୂଆ ଅଧିକୃତ କଲୋନୀ ପାଇଁ ବିକାଶମୂଳକ ବୋର୍ଡ
-ଗହମ ମିଳୁଥିଲେ ପ୍ରତି କିଲୋଗ୍ରାମ ପିଛା ୨ ଟଙ୍କାରେ ଅଟା
-ଦିଲ୍ଲୀକୁ ଟ୍ୟାଙ୍କର ମାଫିଆ ମୁକ୍ତ କରିବା ଯୋଜନାପ୍ରତିଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଘୋଷଣା
-ଦିଲ୍ଲୀରେ ଖୋଲିବ ୨୦୦ ନୂଆ ସ୍କୁଲ ଓ ୧୦ ନୂଆ କଲେଜ
-ଆୟୁଷ୍ମାନ, ପିଏମ ଆବାସ, କିସାନ ସମ୍ମାନ ନିଧି ଯୋଜନା ଲାଗୁ କରାଯିବ
-ସମୃଦ୍ଧ ଦିଲ୍ଲୀ ଇମ୍ଫ୍ରାଷ୍ଟ୍ରକ୍ଟର ଯୋଜନାର ଘୋଷଣା । ଏଥିରେ ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା
-କଲେଜ ଯାଉଥିବା ଗରିବ ଛାତ୍ରୀଙ୍କୁ ମାଗଣା ଇଲେକ୍ଟ୍ରିକ ସ୍କୁଟି
-ନବମ ଶ୍ରେଣୀ ଛାତ୍ରୀଙ୍କୁ ମାଗଣା ସାଇକେଲ
-ଗରିବ ବିଧବା ମହିଳାଙ୍କ ଝିଅଙ୍କ ବିବାହ ପାଇଁ ଦିଆଯିବ ୫୧ ହଜାର ଟଙ୍କା
-୨ ବର୍ଷରେ ଦିଲ୍ଲୀ ହେବ ଆବର୍ଜନା ମୁକ୍ତ
-୧୦ ଲକ୍ଷ ବେକାରୀଙ୍କୁ ଦିଆଯିବ ରୋଜଗାର
-ଯୁବକ, ମହିଳା ଓ ପଛୁଆ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ବୋର୍ଡ
-ଦିଲ୍ଲୀ ଯମୁନା ବିକାଶ ବୋର୍ଡର ଘୋଷଣା
-କୃଷକଙ୍କ ଉପରେ ଲାଗିଥିବା ଧାରା ୩୩ ଓ ୮୧ଇର ହେବ ସମାପ୍ତ
-ସଫେଇ କର୍ମଚାରୀଙ୍କ ଏରିୟର ଭରାଣା
-ଦିବ୍ୟାଙ୍ଗ, ବିଧବା ଓ ବାର୍ଦ୍ଧକ୍ୟ ଭତା ଓ ୧୯୮୪ ଦଙ୍ଗା ପୀଡିତଙ୍କ ପାଇଁ ପେନସନ ବୃଦ୍ଧି
