ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଲୋକସଭାରେ ୧୧ଟାରେ ସେ ବଜେଟ ଅଭିଭାଷଣ ପ୍ରଦାନ କରିବେ ।
ଏଥର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ସୀତାରମଣଙ୍କ ଆଗରେ ରହିଛି ବହୁତ ଚ୍ୟାଲେଞ୍ଜ । ଦେଶର ନିୟୁକ୍ତି କ୍ଷେତ୍ର ବିପର୍ୟ୍ୟସ୍ତ ହୋଇପଡିଥିବା ବେଳେ ଚାଷୀ ସମସ୍ୟାର ସମାଧାନ ମଧ୍ୟ ପ୍ରାଥମିକତା ରହିବ । ସେପଟେ ଜିଡିପି ୬ ବର୍ଷର ସର୍ବନିମ୍ନ ସ୍ତରରେ । ଯେଉଁପାଇଁ ନିବେଶ କମୁଛି । ଏହା ଉପରେ ପୁଣି ୫ ବର୍ଷରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ପୂରଣ ଲକ୍ଷ୍ୟ । ଏଭଳି ବହୁତ ସମସ୍ୟା ଓ ତାର ସମାଧାନ ସହ ଆଜି ଅର୍ଥମନ୍ତ୍ରୀ ସୀତାରମଣ ୧୩୦ କୋଟି ଜନତାଙ୍କ ଆଗରେ ରଖିବେ ଦେଶ ଆୟବ୍ୟୟ ଅଟକଳର ଚିଠା ।
