ବିପ୍ଳବୀ କବି ରବି ସିଂଙ୍କ ପରଲୋକ

କଟକ: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି । କଟକ ନୂଆପଡା ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ସେ ଗତ ୨୦୧୭ ଅତିବଡି ଜଗନ୍ନାଥ ଦାସ ସମ୍ମାନ ଗ୍ରହଣ କରିଥିଲେ ।

ସେହିପରି ୧୯୬୨ ମସିହାରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ନିଜ ଲେଖନୀ ମାଧ୍ୟମରେ ସମାଜର ନିଷ୍ପେସିତ ଲୋକଙ୍କ ପାଇଁ ସ୍ବର ଉତୋଳନ କରୁଥିଲେ । ତାଙ୍କ ରଚନା ଗୁଡିକ ମଧ୍ୟରେ ପଥପ୍ରାନ୍ତର କବିତା, ଚରମ ପତ୍ର , ଉକୁଟି, ଲାଲ ପଗୋଡାର ପ୍ରେତ ଓ ଅନ୍ୟ କବିତା, ବିଦୀର୍ଣ୍ଣ, ପଦାତିକ, ଅପ୍ରୀତିକର କବିତା, ବିଷବାଣୀ, ଦୁର୍ଗମ ଗିରି, ସର୍ବହରା ପ୍ରମୁଖ । ଏହା ସହ ସେ ଅନେକ ପୁସ୍ତକର ଅନୁବାଦ କରିଥିଲେ ।

Leave A Reply

Your email address will not be published.