କୋରୋନା ଭାଇରସ୍‌: ଚୀନରୁ ଭାରତ ଫେରିଲେ ଆଉ ୩୨୩ ଭାରତୀୟ

ନୂଆଦିଲ୍ଲୀ: ଚୀନର ବୁହାନ ସହରରୁ ଉତ୍ପତି ହୋଇଥିବା କୋରୋନା ଭାଇରସ ବର୍ତମାନ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । ଏନେଇ ସେଠାରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଚେଷ୍ଟା ଜାରି ରହିଛି । ଭାରତୀୟ ଯାତ୍ରୀଙ୍କ ଦ୍ବିତୀୟ ଦଳକୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ସ୍ବଦେଶ ଅଣାଯାଇଛି । ଏଥିରେ ୩୨୩ ଭାରତୀୟ ଯାତ୍ରୀ ଥିବା ବେଳେ ୭ ଜଣ ମାଳଦ୍ବୀପ ନାଗରିକ ସାମିଲ ଅଛନ୍ତି।

ଏହି ବିମାନ ଶନିବାର ରାତି ୩ଟା ୧୦ ମିନିଟ ସମୟରେ ବୁହାନରେ ପହଂଚିଥିବା ବେଳେ ଆଜି ସକାଳ ୯ଟା ୧୦ ସମୟରେ ଦିଲ୍ଲୀରେ ପହଂଚିଛି । ଏହି ବିମାନ ଶନିବାର ଦିନ ୧ଟା ୩୭ ମିନିଟରେ ଦିଲ୍ଲୀରୁ ବୁହାନ ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ରାମ ମନୋହର ଲୋହିୟା ହସ୍ପିଟାଲର ୫ଜଣ ଚିକିତ୍ସିକ ମଧ୍ୟ ଉପସ୍ଥିତ ଅଛନ୍ତି । ମାତ୍ର ପ୍ରଥମ ଥର ଯାତ୍ରା କରିଥିବା ବିମାନ ଓ ବିମାନର କ୍ରିଉ ମେମ୍ବରଙ୍କୁ ଏଥିରେ ସାମିଲ କରାଯାଇନାହିଁ । ଅନ୍ୟ ଏକ ବିମାନ ଦ୍ବିତୀୟ ଥର ଯାତ୍ରୀଙ୍କୁ ଆଣିବା ପାଇଁ ଯାତ୍ରା କରିଥିଲା ।

ପ୍ରଥମ ବ୍ୟାଚରେ ଶନିବାର ସକାଳ ୭ଟା ୨୬ରେ ୩୨୪ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଥିଲା । ଏଥିରେ ତିନି ନାବାଳିକ, ୨୧୧ ଛାତ୍ର, ୧୧୦ ବ୍ୟବସାୟୀ ସାମିଲ ଥିଲେ । ସେମାନଙ୍କୁ ବର୍ତମାନ ଦିଲ୍ଲୀର ଭାରତ-ତିବ୍ବତ ସୀମା ପୋଲିସ, ଛାବଲା ଶିବିର ଓ ହରିୟାଣାର ମନୋହରରେ ଭାରତୀୟ ସେନା ଶିବିରରେ ୧୪ ଦିନ ପାଇଁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

Leave A Reply

Your email address will not be published.