ବ୍ରହ୍ମପୁର: ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କର ମଙ୍ଗଳବାର ଥିଲା ଗଂଜାମ ଗସ୍ତ । ନବୀନଙ୍କ ଗଡ ଗଂଜାମ ଜିଲ୍ଲାର ହୁଗୁଳାପଟା ଗାରୁ ଅମିତ ଆରମ୍ଭ କରିଥିଲେ ମୋ ବୁଥ ସବୁଠୁ ମଜଭୁତ କାଯ୍ୟକ୍ରମ । ଦଳୀୟ କର୍ମୀଙ୍କୁ ବଳ ଦେବାକୁ ବୁଥ ସ୍ତରକୁ ଓହ୍ଲାଇଛନ୍ତି ଅମିତ । ହୁଗୁଳାପଟା ଗାଁରେ ବୁଥ ସ୍ତରୀୟ ବୈଠକରେ ୍େୟାଗ ଦେଇଥିଲେ ଅମିତ । ଦଳ ଲାଗି ୫ ପରିବାରକୁ ୍ୟାଇ ପ୍ରଚାର ବି କରିଥିଲେ । ୬ ନମ୍ବର ବୁଥ କମିଟର ସଦସ୍ୟଙ୍କୁ ଭେଟିଥିଲେ । ହେଲେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ନବୀନଙ୍କ ମଧ୍ୟାନ ଭୋଜନ ଓ ବିଶ୍ରାମ ନେବା । ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହା ହୁଗୁଳାପଟା ଗାଁରେ ମଧ୍ୟାହ୍ନରେ ନବୀନଙ୍କ ଘରେ ଖାଇଲ ଓ ଦୁଃଶାସନଙ୍କ ଘରେ ବିଶ୍ରାମ ନେଲେ। ବୁଥ୍ ସ୍ତରରୁ ଶାସକ ବିଜେଡିକୁ ଚ୍ୟାଲେଞ୍ଜ ଦେବା ପାଇଁ ଆଜି ଏମିତି ଷ୍ଟ୍ରାଟେଜି ଆପଣେଇଥିଲେ ଅମିତ୍ ଶାହା। ଗରିବଙ୍କ ଘରେ ପଙ୍ଗତ ପକାଇ ଓଡ଼ିଶାରେ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ପାଇଁ ଭିତ୍ତି ପକାଇଥିଲେ। କୁକୁଡାଖଣ୍ଡି ଅନ୍ତର୍ଗତ ହୁଗୁଳାପଟା ଗାଁର ନବୀନ ସ୍ୱାଇଁଙ୍କ ଘରେ ଆନନ୍ଦର ଲହରି ଖେଳି ଯାଇଛି। କାରଣ ତାଙ୍କ ଘରେ ଜାତୀୟସ୍ତରର ଜଣେ ନେତା ଭୋଜନ କଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟାନ୍ୟ ନେତାଙ୍କ ସହ ତଳେ ବସି ଅମିତ ଶାହା ଭୋଜନ କରିଥିଲେ। ଏଥିପାଇଁ ନବୀନ ଓ ତାଙ୍କ ପତ୍ନୀଙ୍କ ପାଦ ତଳେ ଲାଗୁନଥିଲା। ତାଙ୍କ ଘରେ ଶାହା ଭାତ, ଡାଲି, ଶାଗ, ସନ୍ତୁଳା, ଭଜା ଏବଂ ପାଏସ ଆଦି ଖାଇଥିଲେ। ଜଣେ ଗରିବ ଘରକୁ ଅମିତି ଶାହା ଆସୁଥିବାରୁ ସେ ଅତି ଗର୍ବ ଅନୁଭବ କରୁଛନ୍ତି ବୋଲି ନବୀନ କହିଛନ୍ତି।
ନବୀନଙ୍କ ଘରେ ଭୋଜନ ପରେ ଲୋଚାପଡ଼ା ଯାଇ ଦୁଃଶାସନଙ୍କ ଘରେ ବିଶ୍ରାମ ନେଇଥିଲେ। ଏହାରି ଭିତରେ ୫ଟି ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କୁ କେନ୍ଦ୍ର ସରକାରର ସଫଳ ଯୋଜନା ସଂପର୍କିତ ଲିପ୍ଲେଟ୍ ବାଣ୍ଟିଥିଲେ। ଯେଉଁଥିରେ ବିଜେପି ସହ ଯୋଡ଼ି ହୋଇ ରହିବାର ସନ୍ଦେଶ ରହିଛି।
