ଭାଇ ବୁଡି ଯିବା ଦେଖି ନଦୀକୁ ଡେଇଁଲେ ଭଉଣୀ,ତାପରେ କଣ ହେଲା ?

ବାରିପଦା  : ଭାଇ- ଭଉଣୀ ସଂପର୍କ ସବୁଠି ନିବିଡ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଭାଇଠୁ ସୁରକ୍ଷା ମାଗିଥାଏ । ଆଉ ଖୁଦୁରୁକୁଣି ପୂଜା କରି ଭାଇ ଶୁଭ ମନାସେ ଭଉଣୀ । ସେମତି ଆଜି ଜଣେ ଭଉଣୀ ତାର ଭାଇର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ଭାଇକୁ ବଞ୍ଚାଇବାକୁ ଯାଉ ଭଉଣୀ ନିଜ ଜୀବନ ଦେଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାୟରଙ୍ଗପୁର ଅଞ୍ଚଳରେ । ନଦୀରେ ବୁଡିଯାଇ ଭାଇ ଭଉଣୀ ମୃତ । ମୟୁରଭଞ୍ଜ ଜିଲ୍ଲା ରାୟରଙ୍ଗପୁର ଖଡଖାଇ ନଦୀରେ ଗାଧୋଇଥିବା ବେଳେ ଅଘଟଣ । ମୃତକ ହେଲେ ହୀନା ଗୁଜରାତୀ ଓ ଭାଇ ନାନୁ ଗୁଜୁରାତି । ଦୁହେଁ ରାଇରଙ୍ଗପୁର ଲିଙ୍କ ରୋଡସ୍ଥିତ ବସ୍ତିରେ ରହୁଥିଲେ । ଗାଧୋଇଥିବା ବେଳେ ପାଣିରେ ଅସାବଧାନାତାରୁ ବୁଡିଯାଇଥିଲେ ଭାଇ । ଭାଇକୁ ବୁଡି ଯିବା ଦେଖି ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡିଥିଲେ ଭଉଣୀ । ହେଲେ ଭାଇକୁ ଉଦ୍ଧାର କରି ନପାରି ନିଜେ ନଦୀରେ ବୁଡିଗଲେ । ସ୍ଥାନୀୟ ଲୋକୋ ଓ ଦମକଳବାହିନୀ ସେମାନଙ୍କୁ ଉଦ୍ଦାର କରି ଡାକ୍ତଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତରେ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥfଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.