ଆଗ୍ରା : ଫେସବୁକ୍ରେ ଲାଇଭ୍ କରି ଆଗ୍ରାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ଏଭଳି କାରନାମାକୁ ପାଖାପାଖି ୨୭୫୦ ଜଣ ବ୍ୟକ୍ତି ଫେସବୁକ୍ରେ ସିଧାସଳଖ ଦେଖିଥିଲେ ହେଁ କେହି ବି ପୁଲିସ୍କୁ ଖବର ଦେଇ ନଥିଲେ । ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ମୁନ୍ନା କୁମାର ହୋଇଥିବା ବେଳେ ସେ ଆଗ୍ରାର ଶାନ୍ତି ନଗରରେ ରହୁଥିଲେ । ସେ ଲାଇଭ୍ ଫେସ୍ବୁକ୍ ଭିଡିଓରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଥମେ ୧.୦୯ ମିନିଟ୍ର ଏକ ଭିଡିଓ ପୋଷ୍ଟ କରିଥିଲେ । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ୬ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଛନ୍ତି । ସେ ଏଥିରେ ସେନା ଏଣ୍ଟ୍ରାନ୍ସ ଟେଷ୍ଟରେ ଉତ୍ତୀର୍ଣ୍ଣ ନ ହୋଇ ପାରିବାରୁ ଆତ୍ମହତ୍ୟା କରିଥିବା କଥା କହିଛନ୍ତି ।
Next Post
