ଭୁବନେଶ୍ବର : ଦିତୀୟ କୋଣାର୍କ ନିର୍ମଣାକୁ ନେଇ ଦିନକୁ ଦିନ ରାଜନୈତିକ ବିବାଦ ବଢିବାରେ ଲାଗିଛି । ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଆଉ ଏକ କୋଣାର୍କ ମନ୍ଦିର ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିବା ପରେ ଏହାକକୁ ନେଇ ଜୋର ଧରିଛି ରାଜନୀତି । କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍କଗରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ମତ ଏହି ବିବାଦ ନିଆଁରେ ଘିଅ ଢାଲିଛି । ଆଉ ଏକ କୋଣାର୍କ ତିଆରି ପରିକଳ୍ପନାକୁ ନେଇ ଦାମ ବାବୁ ପ୍ରଶ୍ନ ଉଠାଇ ଥିବାବେଳେ ବିଜେପିର ବରିଷ୍ଠ ନେତା ବିଶ୍ବ ଭୂଷଣ ଦାମଙ୍କ ମତକୁ ବିରୋଧକରି ଆଉ ଏକ କୋଣାର୍କକୁ ସମର୍ଥନ କରି ଆଗକୁ ଆସିଛନ୍ତି । ଦୁଇ ବରିଷ୍ଠ ନେତାଙ୍କ ଏପରି ମୁହାଁ ମୁହିଁ ରାଜ୍ୟ କୋଣାର୍କ ବିବାଦକୁ ବଳ ଦେଇଛି ।
ଆଉଜଣେ ବିଶୁ ଓ ଆଉ ଏକ କୋଣାର୍କ । କୋଣାର୍କ ମନ୍ଦିର ଭଳି ଦେଖାଯାଉଥିବା ଆଉ ଏକ ମନ୍ଦିର ହେଲେ ତାକୁ କଣ କହିବା । ଆଉ ଏକ କୋଣାର୍କ,ନା କୋଣାର୍କ ଭଳି ଦେଖାଯାଉଥିବା ମନ୍ଦିର । ନା ଆଧୁନିକ କୋଣାର୍କ । କୋଣାର୍କ ଭଳି ଦେଖା ଯାଉଥିବା ମନ୍ଦିର କଣ କୋଣାର୍କ ହୋଇପାରିବ । ରାଜ୍ୟ ରାଜନୀତିରେ ଏମିତି କିଛି ବିତର୍କ ଜୋର ଧରିଛି । ଏତିକି ବେଳକୁ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବୟାନ କୋଣାର୍କ ରାଜନୀତି ନିଆଁରେ ଘିଅ ଢାଲିଛି । ଆଉ ଏକ ମନ୍ଦିର କୋଣାର୍କ ଭଳି ଦେଖାଯାଇ ପାରେ ,ହେଲେ ତାହା କୋଣାର୍କ ହୋଇପାରିବନି । କୋଣାର୍କର କଳା କାରୁ କାଯ୍ୟ ଓ ବୈଗ୍ୟାଂନିକ ବିଶେଷତ୍ୟ ଆଉ କେଉଁ ମନ୍ଦିର ରେ ସମ୍ଭବ ନୁହେଁ । ଏଭଳି ଯୁକ୍ତି ରଖି ପୈରାଣିକ ଉପାଖ୍ୟାନ କଥା କହିଛନ୍ତି ଦାମ ବାବୁ । ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ କୋଣାର୍କରେ ସୂର୍ଯ୍ୟ ଆରାଧନା କରି ଶାପ ମୁକ୍ତ ହେବା କଥା କହି କୋଣାର୍କର ବିଶେଷତ୍ବ କଥା ବଖାଣିଛନ୍ତି । କହିଛନ୍ତି ଆଉ ଏକ କୋଣାର୍କ କଥା ଚିନ୍ତା କରିବା ଧୃଷ୍ଟତା ହେବ । ସେପଟେ ବରିଷ୍ଠ ବିଜେପି ନେତା ବିଶ୍ବ ଭୂଷଣ ହରିଚନ୍ଦନ ଦାମ ବାବୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ନାରାଜ । ବିଶ୍ବ ଭୂଷଣଙ୍କ ଯୁକ୍ତି ଆଉ ଗୋଟିଏ କୋଣାର୍କ ନିର୍ମାଣ ହେବା ଦରକାର । ନହେଲେ ସମୟ ଆସିବ କୋଣାର୍କକୁ ନଷ୍ଟ ହେବା ପେର ପର ପିଢି କୋଣାର୍କ କଣ ଜାଣିପାରିବାନି । ସେଥିପାଇଁ ପଥର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପ୍ରୟାସକୁ ଧନ୍ୟବାଦ ଦେଇଛନ୍ତି ବିଶ୍ବଭୂଷଣ । ବିଶ୍ବ ଐତିହ୍ୟ ଭିତରେ ଅନ୍ୟ ତମ କୃତି ହେଉଛି କୋଣାର୍କ । ଏହାର ବିକାଶ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବକୁ ନେଇ ଚର୍ଚ୍ଚା ହେବା କଥା । ହେଲେ ତାହା ନହୋଇ ଆଉ ଏକ କୋଣାର୍କ ହେବା ଏବେ ରାଜନୀତିର ଗୋଟି ହୋଇଛି ।
