ନୂଆଦିଲ୍ଲୀ : ବେଶ୍ ହୋ ହଲ୍ଲା ଏବଂ ପାଟିତୁଣ୍ଡ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭରେ ଲୋକସଭାରେ ଜୋର ହଙ୍ଗାମା କରିଥିଲେ ଟିଡିପି ଏବଂ ଏସ୍ ପି ସଦସ୍ୟ । କଂଗ୍ରେସ ସଦସ୍ୟ ବି ହୋ ହଲ୍ଲାରେ ସାମିଲ ହୋଇଥିଲେ ।ତେବେ ଲୋକସଭାରେ ସରକାରଙ୍କ ବିରୋଧରେ ବିରୋଧି ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । କହିଛନ୍ତି ସେ , ଦୁଇ -ତିନିଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।ଲଟେରୀ ଭିତ୍ତିରେ ଟିଡିପି ସଦସ୍ୟ କେ. ଶ୍ରୀନିବାସଙ୍କ ଆନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ଏବଂ ଏନେଇ ସେ ନୋଟିସ ଦେବେ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେ କୌଣସି ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ତାଙ୍କ ସରକାର ପ୍ରସ୍ତୁତ । ମୌସୁମି ଅଧିବେଶନଠିକ୍ ଠାକ୍ ରହିବ ବୋଲି ମଧ୍ୟ ମୋଦି ଆଶାବ୍ୟକ୍ତ କରିଛନ୍ତି ।ଅନ୍ୟପଟରେ ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ତର ରାଜ୍ୟପାହ୍ୟା ଦାବିରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ରାଜନୈତୀକ ଦଳଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି । ସଂସଦ ପରିସର ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି ୱାଇଏସଆର ସଦସ୍ୟ
ସେପଟେ ଆଜି ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ଦୁଇ ସାଂସଦ । ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓଡ଼ିଆରେ ଶପଥ ନେଇଛନ୍ତି । ବିଶିଷ୍ଟ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ମଧ୍ୟ ସାଂସଦ ଭାବେ ଶପଥ ନେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ମନୋନୀତ ସଦସ୍ୟ ମେରି କମ୍ ମଧ୍ୟ ଶପଥ ନେଇଛନ୍ତି । ରଘୁନାଥ, ସୋନାଲ ଓ ମେରିକମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି
