ଭୁବନେଶ୍ବର : ତେଲେଙ୍ଗାନା ବିଧାନସଭା ପରିଷଦ ଆଧାରରେ ଓଡିଶା ସରକାର ଆଣିବେ ବିଧାନ ପରିଷଦ ପ୍ରସ୍ତାବ । ୪ଟି ରାଜ୍ୟ ଗସ୍ତ ପରେ କମିଟି ଅଧ୍ୟକ୍ଷ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି । ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ଗସ୍ତ କରିଥିଲା କମିଟି । ଗସ୍ତ ସରିବା ପରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି କମିଟି ରିପୋର୍ଟ ଦେବ । ୪୯ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦ ଗଠନ ପାଇଁ ସରକାର ଘୋଷଣା କରିଛନ୍ତି । ସେପଟେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ନିଜ ଦଳର ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବାକୁ ସରକାର ବିଧାନ ପରିଷଦ ଗଠନ ନିଷ୍ପତ୍ତି ନେଉଛନ୍ତି ।
