ସ୍ୱାମୀଙ୍କ ସହ ବିବାଦରୁ ଶୋଇବା ଘରେ ଦଉଡି ଦେଇ ଆତ୍ମହତ୍ୟା କଲେ ସେଲିବ୍ରେଟି,ଝୁଲନ୍ତା ଅବସ୍ଥାରେ ପ୍ରଥମେ ଦେଖିଲେ ଚାକରାଣୀ
ନୂଆଦିଲ୍ଲୀ : ସ୍ୱାମୀଙ୍କ ସହ କଥା କଟା କଟି କୁ ନେଇ ବିବାଦ । ଶେଷରେ ବିବାଦକୁ ନେଇ ଶୋଇବା ଘରେ ଫ୍ୟାନରେ ରଶି ଦେଇ ଆତ୍ମହତ୍ୟା କଲେ ପତ୍ନୀ । ଏହା କୈଣସି ସାଧାରଣ ପରିବାର ଘଟଣା ନୁହେଁ । ଏହା ହେଉଛି ଛୋଟ ପରଦାର ଲୋକ
ପ୍ରିୟ ସେଲିବ୍ରେଟି ପ୍ରିୟଙ୍କାଙ୍କ ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ ସହ ବିବାଦରୁ ଜଣେ ଲୋକପ୍ରିୟ ଅଭିନେତ୍ରୀ ଆତ୍ମ ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଛୋଟପରଦାର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା । ଲୋକପ୍ରିୟ ତାମିଲ ଧାରାବାହିକ ବଂଶମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ପାଖରେ ତାଙ୍କୁ ବେଶୀ ପରିଚିତ କରିଥିଲା । ହେଲେ ନିଜ ସ୍ୱାମୀଙ୍କ ସହ ମନାନ୍ତରକୁ ନେଇ ଶେ ନିଜ ଶୋଇବାଘର ପଙ୍ଖାରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଘରର ଚାକରାଣୀ ପ୍ରଥମେ କବାଟ ଖୋଲିଲା ତାଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବାର ଦେଖି ଖବର ଦେଇଥିଲେ । ଖବର ପାଇ ପୋଲିସ ଶବ ଜବତ କରି ତଦନ୍ତ କରୁଥିବା ବେଳେ ପାରିବାରିକ କଳହର ଏହା କରୁଣ ପରିଣତି ବୋଲି ଜଣାପଡିଥିବା ପୋଲିସ କହିଛି ।

ପୁଲିସ ଦେଇଥିବା ସୂଚନା ମୁତାବକ, ୩ବର୍ଷ ପୂର୍ବେ ପ୍ରିୟଙ୍କାଙ୍କ ବିବାହ ଅରୁଣବାଲାଙ୍କ ସହ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ୨ମାସ ପୂର୍ବରୁ ଦୁହେଁ ଅଲଗା ରହିବା ଆରମ୍ଭ କରିଥିଲେ । ୩ବର୍ଷର ବିବାହ ପରେ କୌଣସି ସନ୍ତାନ ନ ହେବାରୁ ପ୍ରିୟଙ୍କାଙ୍କ ଶାଶୁ ଘରେ ଅଶାନ୍ତି ଲାଗି ରହିଥିଲା । ଏହି କାରଣରୁ ସେ ଆତ୍ମହତ୍ୟା ଭଳି ପଦକ୍ଷପ ନେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।
