ବର୍ଷିବ,ସୋତେଭିଲ୍ ଆଥ୍ଲେଟିକ୍ସ ମିଟ : ଜାଭେଲିନ୍ ଥ୍ରୋୟର୍ନୀ ରଜ ଚୋପ୍ରାଙ୍କୁ ସ୍ୱଣ୍ଣ

ନୂଆଦିଲ୍ଲୀ  : ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଫ୍ରାନ୍ସରେ ଆୟୋଜିତ ସୋତେଭିଲ୍ ଆଥ୍ଲେଟିକ୍ସ ମିଟ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚଳିତବର୍ଷ ଏପ୍ରିଲ୍ରେ ଗୋଲ୍ କୋଷ୍ଟ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ୮୫.୧୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ମଙ୍ଗଳବାର ଏହି ପଦକ ହାସଲ କରିଛନ୍ତି । ମୋଲ୍ଦୋଭାର ଆନ୍ଦ୍ରିଆନ୍ ମାର୍ଦେର୍ ୮୧.୪୮ ମିଟର ଦୂରତା ସହ ରୌପ୍ୟ ପଦକ ଜିତିଥିବା ବେଳେ ଲିଥୁଆନିଆର ଇଦିସ୍ ମାତୁସେଭିସିଅସ୍ (୭୯.୩୧ମି.) ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ନୀରଜ ଏଠାରେ ଆକର୍ଷଣୀୟ ପ୍ରଦର୍ଶନ କରି କୌଣସି ଗୋଟିଏ ଉଦ୍ୟମରେ ବିଫଳ ହୋଇନଥିଲେ । ୫ମ ଉଦ୍ୟମରେ ସେ ୮୫.୧୭ ମି. ସ୍କୋର୍ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ନଥିଲା । ପୂର୍ବରୁ ସେ ଆଇଏଏଫ୍ ଡାଏମଣ୍ଡ୍ ଲିଗ୍ର ପ୍ରଥମ ଚରଣରେ ୮୭.୪୩ ମି. ଥ୍ରୋ ସହ ତାଙ୍କ ଜାତୀୟ ରେକର୍ଡରେ ବୃଦ୍ଧି ଘଟାଇଥିଲେ । ଚଳିତବର୍ଷ ଏପ୍ରିଲ୍ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲ୍ରେ ସେ ୮୬.୪୭ ମି. ଦୂରତାକୁ ଜାଭେଲିନ୍ ଫିଙ୍ଗି ପୁରୁଷ ବିଭାଗ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏସିଆନ୍ ଗେମ୍ସ ୨୦୧୮ ପାଇଁ ଭାରତୀୟ ସ୍କ୍ୱାଡ୍ର ସଦସ୍ୟ ଥିବା ପାନିପତ୍ର ୨୦ ବର୍ଷୀୟ ନୀରଜଙ୍କର ଜାକର୍ତ୍ତାରେ ସ୍ୱର୍ଣ୍ଣ ପଦକ ଉପରେ ନଜର ରହିଛି ।

 

Leave A Reply

Your email address will not be published.