ଭଟିଣ୍ଡା : ବିଭାହିତ ହୋଇ ଘର ସଂସାର କରିଛନ୍ତି । ତିନି ପିଲାଙ୍କୁ ନେଇ ସଂସାର କରିଛନ୍ତି । ହେଲେ ତଥାପି ଛାଡି ପାରୁ ନାହାନ୍ତି ଅନୈତିକ ସଂପର୍କର ନିଶା । ଏମିତି ଜଣେ ବିଭାହିତ ମହିଳା ଜଣେ ଯୁବକଙ୍କୁ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାରମ୍ବାର ବାଧ୍ୟ କରିବାରୁ ଯୁବକ ଜଣଙ୍କ ମାନସିକ ଭାରସ୍ୟାମ ହରାଇ ଶେଷରେ ଆତ୍ମହତ୍ୟା କରିଛି । ଏମିତି ଏକ ଘଟଣଆ ଘଟିଛି ପଞ୍ଜାବର ଭଟିଣ୍ଡାରେ । ତିନି ପିଲାର ମା ହୋଇ ଜଣେ ଯୁବକଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ଓ ଓ ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ସଂପର୍କରେ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ଆତ୍ମହତ୍ୟା ଲାଗି ପ୍ରବର୍ତାଇବା ଅଭିଯୋଗରେ ମହିଳାଙ୍କୁ ଗିରଫ କରିଛି ।
ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ମୃତକ ଜଣଙ୍କ ବିଷ୍ଣୁ ବୋଲି ଚିହ୍ନଟ କରାଯାଇଛି । ବିଷ୍ଣୁ ନଗର କମିଟିରେ କାମ କରୁଥିବା ବେଳେ ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ମହିଳାଜଣଙ୍କ ୩ଟି ପିଲାର ମା’ ବୋଲି ଜାଣି ମଧ୍ୟ ବିଷ୍ଣୁ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଦୁଇ ବର୍ଷ ପୂର୍ବେ ବିଷ୍ଣୁଙ୍କ ବିବାହ ହୋଇଯିବା ପରେ ଧୀରେ ଧୀରେ ମହିଳାଙ୍କଠାରୁ ନିଜକୁ ଦୂରରେ ରଖିଥିଲେ ବିଷ୍ଣୁ । କିନ୍ତୁ ମହିଳାଜଣଙ୍କ ସବୁ ଜାଣି ମଧ୍ୟ ବିଷ୍ଣୁଙ୍କ ଉପରେ ଶାରୀରିକ ସଂପର୍କ ରଖିବା ପାଇଁ ଚାପ ପକାଇ ଚାଲିଥିଲେ । ବାରମ୍ବାର ମନା କରିବା ପରେ ମହିଳାଜଣଙ୍କ କିଛି ନ ଶୁଣିବାରୁ ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ବିଷ୍ଣୁ । ବିଷ୍ଣୁଙ୍କର ୭ମାସର ଝିଅ ଥିବା ଜଣାପଡ଼ିଛି ।
