ଗଣମାଧ୍ୟମରେ ଘଟଣା ବଖାଣିଲେ ହକିଷ୍ଟାର ପ୍ରବୋଧ: ପରିଚୟ ଜାଣିବି ଠେଲା ପେଲା କଲା ପୋଲିସ,ଦୁର୍ବ୍ୟବହାରରେ କାନ୍ଦି ପକାଇଲି

ଭୁବନେଶ୍ବର: ହକିଷ୍ଟାର ପ୍ରବୋଧ ତିର୍କୀ ଓ ପୋଲିସ ବଚସା ପ୍ରସଙ୍ଗରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି ପ୍ରବୋଧ ତିର୍କୀ । ଗତ କାଲିର ଘଟଣାକୁ ଗଣମାଧ୍ୟରେ ପ୍ରକାଶ କରି ପୋଲିସର ଦୁର୍ବ୍ୟବହାର ସଂପର୍କରେ ମତ ରଖିଛନ୍ତି । ଦର କାଲି ମୁଁ ଘରକୁ ଫେରୁଥିବା ବେଳେ ଏଭଳି ଘଟିଥିଲା ।ମୋ ଗାଡିକୁ ଓଭରଟେକ୍ କରିବାକୁ ନେଇ ଅନ୍ୟ ଏକ ଭିଆଇପି ଗାଡିର ଡ୍ରାଇଭର ମୋତେ ଗାଳି କଲେ ।ପୋଲିସ କିନ୍ତୁ ଭିଆଇପି ଗାଡିକୁ ଛାଡି ଦେଇ ମୋତେ ଗାଲି ଗୁଲଚ କଲେ । ମୋତେ ଧକ୍କା ମାରି ଠେଲାପେଲା କଲେ ।ମୋତେ ବହୁତ ଅପମାନ ଲାଗିଲାମୁଂ ପରିଚୟ ଦେଲା ପରେ ବି ସେମାନେ ଶୁଣିଲେନି । ଟ୍ରାଫିକ ପୋଲିସ ଇନଚାର୍ଜ ଓ ପୋଲିସ ଏଭଳି ବ୍ୟବହାର କରିଛନ୍ତି । ମୋତେ ବହୁତ ଖରାପ ଲାଗିଲା, ମୋ ଆଖିରୁ ଲୁହ ବାହାରି ଆସିଲା ମୋ ସହ ଏମିତି ହେଉଛି ମାନେ ସାଧାରଣ ଲୋକଙ୍କ ସହ କଣ ହେଉଥିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରବୋଧ । ଆଉ କାହା ସହ ଏମିତି ନହେଉ ସରକାର ଏହାକୁ ଗୁରୁତର ସହ ନିଅନ୍ତୁ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏବେ ଏସିଆନ ଆଥଲେଟିକ୍ ଚାମ୍ପିୟନସିପ ଚାଲିଛି ଆଗକୁ ହକି ଲିଗ ଅଛି ଏଭଳି ଖବରରେ କଣ ବାର୍ତ୍ତା ଯିବ । ତେଣୁ ସରକାର ଏହାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ପ୍ରବୋଧ ।

Leave A Reply

Your email address will not be published.