ମହାବଲେଶ୍ୱର : ମହାରାଷ୍ଟ୍ରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଗଭୀର ଖାଇକୁ ଖସିପଡିଲା ଯାତ୍ରିବାହୀ ବସ୍ । ୩୩ ଜଣଙ୍କ ଶୋଚନୀୟ ମୃତ୍ୟୁ ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୮ ଟି ମୃତ ଦେହ ମିଳିଛି । ଅଭିଶପ୍ତ ବସ୍ ଯାତ୍ରୀ ମାନେ ମହାରାଷ୍ଟ୍ରର ଦାପୋଲି କୃଷି ବିଶ୍ୱବିଦ୍ୟାଳୟର କର୍ମଚାରୀ । ସେମାନେ ପିକ୍ ନିକ୍ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରାଇଗଡ଼ ଜିଲ୍ଲାର ମହାବଲେଶ୍ୱର ନିକଟସ୍ଥ ପୋଲାଦପୁର ନିକଟରେ ଏକ ୫ ଶହ ମିଟର ଖାଇକୁ ଖସିପଡିଛି ବସ୍ । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଖାଇର ଗଭୀରତା ଏବଂ ଦୁର୍ଘଟଣାଗ୍ରସ୍ତ ବସ୍ ଅବସ୍ଥାରୁ କେହି ବଞ୍ଚିଥିବା ଆଶା କରାଯାଉ ନଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି
Prev Post
