ଅପମାନ ସହି ନପାରି ନାବାଳକର ଆତ୍ମହତ୍ୟା ,୪୦ ଟଙ୍କା ଚୋରୀ ଆରୋପ ଆଣିଥିଲା ଜଳଖିଆ ଦୋକାନି

ଢେଙ୍କାନାଳ : ଅପମାନରୁ  ଆତ୍ମହତ୍ୟା । ଏକ ଜଳଖିଆ ଦୋକାନରୁ ମାତ୍ର ୪୦ ଟଙ୍କା ଚୋରୀ  ନେଇ ଜଣେ ନାବାଳକର ଆତ୍ମହତ୍ୟା ନେଇ  ଢେଙ୍କାନାଳରେ ଚାଞ୍ଚଲ୍ୟ ।  ଚୋରୀ  ଅପମାନ  ସହି ନପାରି  ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁ ପୋଖରୀ ହୁଡାରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ନାବାଳକର ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା  ।  ମୃତ ନାବାଳକ ଜଣକ  ଏକ ଦୋକାନରୁ ଚୋରି କରିଥିବା ଅଭିଯୋଗ ହୋଇଥିଲା । ପିଲାଟିକୁ ଦୋକାନୀଙ୍କ  ସଂପର୍କୀୟ ଜେରା ସହ  ଅପମାନ କରଯାଉଥିବାର ଭିଡିଓ ଭାଇରାଲ କରାଇଥିଲା । ଯାହାକୁ ନେଇ ବଦନାମ ଭୟରେ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ଏହି ୧୪ ବର୍ଷୀୟ ବାଳକ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଜଳଖିଆ ଦୋକାନକୁ ଯାଇଥିଲେ। ସେଠାରେ ସେ ଚୋରି କରିଥିବା କହି କେହି ଜଣେ ତାଙ୍କ ଭିଡିଓ ମୋବାଇଲ୍‌ରେ ଉଠାଇ ସୋଶାଲ୍ ମିଡିଆରେ ପୋଷ୍ଟ୍ କରି ଦେଇଥିଲେ। ଏହି ଘଟଣାର କିଛି ସମୟ ପରେ ଗାଁ ପାଖ ପୋଖରୀ ହୁଡ଼ାରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ। ସେଠାରୁ ଘରକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅପମାନ ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସୁରପ୍ରତାପପୁର ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.