ଧରା ପଡିଲା ନିଆଳିର କଲିଜା ଖିଆ ଜନ୍ତୁ ,ପାରିଲାନି ବନ ବିଭାଗ, ଗୋଟିଏ ଧରିଲେ ଗାଁ ଲୋକେ ଖସିଗଲେ ୪

ନିଆଳି: ନିଆଳିରେ ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁ ଧରାପଡିଛି । ମେଣ୍ଢା ମାରି ଆତଙ୍କ ମଚାଇଥିବା ଅଜଣା ଜନ୍ତୁର ପାଦ ଚିହ୍ନ ସହ ଧରାପଡିଥିବା ଜନ୍ତୁର ପାଦଚିହ୍ନ ମିଶୁଛି।ହେଲେ ଏହି ଜନ୍ତୁ କଣ ତାହା ଜଣା ପଡିନି । ଡିହସିଠାଳ ଗାଁର ଲୋକେ ଗୋଟିଏ ଜନ୍ତୁ ଧରିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ ଏହି ଭଳି ୫ ଜନ୍ତୁ ଯାଉଥିଲେ ତାଙ୍କୁ ଧରିବାକୁ ଗୋଡେଇବା ବେଳେ ତେବେ ଘଟଣାସ୍ଥଳରୁ ଅନ୍ୟ ୪ଟି ଜନ୍ତୁ ଖସି ପଳାଇଥିବା । ଏହି ସାନ ଜନ୍ତୁଟି ଧରାପଡିଥିଲା ।
ନିଆଳିରେ ଗତ ଦୁଇ ମାସ ହେଲା ଅଜଣା ଜନ୍ତୁର ଆତଙ୍କ ଲାଗି ରହିଛି । ଏହି ଜନ୍ତୁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଇ ମେଣ୍ଢାକୁ ଟାର୍ଗେଟ କରି ଆସୁଛି। ରାତିରେ ଅନ୍ଧାରରେ ଆସୁଛି ଓ ମେଣ୍ଢା ମାରି କଲିଜା ଖାଉଛି। ପାଖା ପାଖି ଦୁଇଶହ ମେଣ୍ଢା ମାରିଛି ଜନ୍ତୁ । ଏପରିକି କିଛି ସ୍ଥାନରେ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ, ନନ୍ଦନକାନନକର୍ତ୍ତୃପକ୍ଷ ଓ ପୋଲିସ୍‌ ପ୍ରଶାସନ ଯେତେ ଚେଷ୍ଟା କଲେ ବି ଏହି ଅଜବ ଜନ୍ତୁ ହାବୁଡ଼ରେ ପଡ଼ୁନଥିଲା। ଗ୍ରାମବାସୀ ମଧ୍ୟ ରାତି ଉଜାଗର ରହି ଜଗୁଥିଲେ ମଧ୍ୟ କିଛି ଲାଭ ହେଉ ନ ଥିଲା। ଶେଷରେ ଆଜି ଡିହସିଠାଳ ଗ୍ରାମବାସୀ ଗୋଟିଏ ଜନ୍ତୁ ଧରିବାରେ ସଫଳ ହୋଇଛନ୍ତି। ତେବେ ଏହି ଜନ୍ତୁଟି ମେଣ୍ଢା ମାରୁଥିବା ଜୀବ କି ନୁହେଁ ସ୍ପଷ୍ଟ ହୋଇନି।

Leave A Reply

Your email address will not be published.