ଭୁବନେଶ୍ବର:ବିଜେପି ସହିତ ବିଜେପି ସାଲିସ କରୁ। ଜାତୀୟ ସ୍ତରରେ ବିଜେପିର ହାତ ଛାଡିଥିବା ଦଳ ବିଜେପିର ହାତ ଧରିଲେଣି। ଜାତୀୟ ସମୀକରଣ କଥା ଟିକେ ମୁଖିଆ ବୁଝନ୍ତୁ ବୋଲି ବୁଲେଇ ବଙ୍କେଇ ଲେଖିଛନ୍ତି ଭର୍ତ୍ତୃହରି। ଭର୍ତ୍ତୃହରି ଲେଖିଥିବା ଏହି ସ୍ତମ୍ଭକୁ ନେଇ ପୁଣି ଜୋର ଧରିଛି ରାଜନୀତି । ଲେଖାକୁ ଦଳୀୟ ନେତା ଏହ ତାଙ୍କର ବ୍ୟକ୍ତିଗତ ଅନୁଭବ ବୋଲି କହିଛନ୍ତି । ଆଉ କଂଗ୍ରେସ ଏହାକୁ ସତ ବୋଲି ଧରିନେିଛି । ହେଲେ ବେଜିପି କିନ୍ତୁ ସାଲିସ କଥାକୁ ସିଧାସିଧା ମନା କରିଦେଇଛି ।
ପୁଣି ଭର୍ତ୍ତୃହରିଙ୍କ ସ୍ତମ୍ଭ । ଏଥର ବୁଲେଇ ବଙ୍କେଇ ବିଜେପି ସହିତ ବିଜେଡି ସାଲିସ କରିବା କଥା ଲେଖିଛନ୍ତି ଭର୍ତ୍ତୃହରି । ଜାତୀୟ ସ୍ତରରେ ହେଉଥିବା ସମୀକରଣକୁ ବୁଝିଲା ଲୋକ ବୁଝିଲେ ହେଲା ବୋଲି ଲେଖିଛନ୍ତି ଭର୍ତ୍ତୃହରି । ତେବେ ବୁଝିଲା ଲୋକ କିଏ ? କାହାକୁ ଭର୍ତ୍ତୃହରି ଏପରି ଟର୍ଗେଟ କରି ସ୍ତମ୍ଭ ଲେଖିଛନ୍ତି? ଲାଲୁଙ୍କ ଘରେ ସିବିଆଇ ଚଢ଼ାଉ ପରେ ସରକାର ରହିବା ପାଇଁ ନିତିଶ ବିଜେପି ଆଡକୁ ଢଳିଛନ୍ତି। ଶିବସେନା ବି ବିଜେପିକୁ ବିରୋଧ କରୁଥିଲେ ବି ତା ସହିତ ମିଶି ସରକାର କରିଛି। ଏଭଳି ଘଟଣା ଓଡିଶାରେ ବି ଘଟିସାରିଛି ବୋଲି ଭର୍ତ୍ତୃହରି କହିଛନ୍ତି। ଭର୍ତ୍ତୃହରିଙ୍କ ସ୍ତମ୍ଭକୁ ନେଇ ବିଜେଡି କହିଛି ବିଜେପି ଓ କଂଗ୍ରେସ ଠାରୂ ଦଳ ସମଦୂରତା ରଖୁଛି। କିନ୍ତୁ ଦାମ ବାବୁଙ୍କ କହିଛନ୍ତି ତଥାଗତ ତାଙ୍କ ଅନୁଭବ କଥା ଲେଖିଛନ୍ତି।
ତଥାଗତଙ୍କ ସ୍ତମ୍ଭ ବିଜେଡିକୁ ଘେରିବାକୁ ବିରୋଧୀଙ୍କୁ ଖୋରାକ ଯୋଗାଇଛି। କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ତଥାଗତ ସତ କଥା ଲେଖିଛନ୍ତି। କାରଣ ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନରେ ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀକୁ ସମର୍ଥନ କଲେ । ଆଉ ସେପଟେ ସବିଆଇର ଖଣ୍ଡା ବି ଝୁଲୁଛି। ତେଣୁ ନିଜର ସୁରକ୍ଷା ପାଇଁ ବିଜେପିକୁ ବିଜେଡି ସମର୍ଥନ କରୁଛି । ୨୦୧୯ରେ ବି ଏପରି ସମୀକରଣ ହୋଇପାରେ! ଏପଟେ ବିଜେପି କହିଛି ରାଜ୍ୟରେ କାହା ସହିତ ସାଲିସ କରିବା ସ୍ଥିତିରେ ବିଜେପି ନାହିଁ ।
ତଥାଗତ ନିଜର ପତିଆର ଏବଂ ନିଜର ପେପର ବିକ୍ରି ବଢ଼ାଇବା ପାଇଁ ଏଭଳି ସ୍ତମ୍ଭ ଲେଖିପାରନ୍ତି। କିନ୍ତୁ ବିଜେଡି ସାଂସଦ ଥାଇ ଏଭଳି ଲେଖିବା ବିଜେଡି ମୁଖିଆଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି। ଯାହାଫଳରେ ବିରୋଧୀ ସଭାପତିଙ୍କୁ ନେଇ ହଲାପଟା କରୁଛନ୍ତି।
