ନୂଆଦିଲ୍ଲୀ : ନିକଟରେ କିକି ଚ୍ୟାଲେଞ୍ଜ୍ ସାରା ଦେଶର ପୁଲିସ୍କୁ ସମସ୍ୟାରେ ପକାଇଥିଲା । ଏହି ଚ୍ୟାଲେଞ୍ଜ୍ ମାଧ୍ୟମରେ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଥିଲେ । ଏହା ଯେତିକି ବିପଜ୍ଜନକ ଥିଲା ତା’ଠୁ ଅଧିକ ମାରାତ୍ମକ । ଏମିତିରେ ପୁଲିସ୍ ଲୋକଙ୍କୁ ଏଭଳି ଚ୍ୟାଲେଞ୍ଜ୍ଠାରୁ ଦୂରେଇ ରହିବା ପାଇଁ ଚତନ କରିବାରେ ଲାଗିଥିଲା । କିନ୍ତୁ କିକି ଚ୍ୟାଲେଞ୍ଜ୍ ନିଶା ନ ଉତୁରୁଣୁ ଏବେ ଡ୍ରାଗନ୍ ବ୍ରିଥ୍ ଲୋକଙ୍କୁ ନିଜ ଜାଲରେ ଫସାଇବା ଆରମ୍ଭ କରିଛି । ଅସଲରେ ଏହା ଏକ କ୍ୟାଣ୍ଡି ଯାହା ପାଟିରେ ରଖିବା ମାତ୍ରକେ ଧୂଅାଁ ଆକାର ଧାରଣ କରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଧୂଅାଁ ମାଧ୍ୟମରେ ପାଟି ଏବଂ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହୋଇପାରେ । କାରଣ କ୍ୟାଣ୍ଡିରେ ଥିବା ଲିକ୍ୱିଡ୍କୁ ନାଇଟ୍ରୋଜେନ୍ରେ ବୁଡାଯାଇ ତିଆରି କରାଯାଏ । ସୋସିଆଲ ମିଡିଆରେ ଏହାକୁ ସେବନ କରାଯାଉଥିବା ଭିଡିଓ ଅପ୍ଲୋଡ୍ ହେବାରେ ଲାଗିଛି । ଇନ୍ଷ୍ଟାଗ୍ରାମ୍, ଟ୍ୱିଟର୍ ଏବଂ ଫେସ୍ବୁକ୍ରେ ଏହାକୁୂ ବହୁଳ ମାତ୍ରାରେ ଶେୟାର୍ କରାଯାଉଛି । ଅନେକ ଲୋକ ଏହି ଚ୍ୟାଲେଞ୍ଜ୍କୁ ଟ୍ରାଏ କରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହୋଇସାରିଲେଣି ।
